2 Niranjan Bahinipati
ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି
ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା ।
ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି
ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା ।
ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ
ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା ଧନେଶ୍ୱର ଛୋଟରାୟ ଏବଂ ମାଆ ଶଙ୍କୀ ଦେବୀ । ପିଲାଟି ଦିନରୁ ସେ ନୃତ୍ୟ ଓ ସଙ୍ଗୀତ ପ୍ରତି ଆକୃଷ୍ଠ ହୋଇପଡିଥିଲେ । ୧୯୬୧ ମସିହାରେ ସୁନ୍ଦର ଗ୍ରାମ ହାଇସ୍କୁଲରେ ପଢୁଥିବା ସମୟରେ ସେ ବିଭିନ୍ନ ନାଟକରେ ଅଭିନୟ କରି ନିଜର କଳା ପ୍ରତିଭାର ପରିଚୟ ଦେଇଥିଲେ ।
ଗାୟକ ସାରସ ସୁଦର୍ଶନ ମହାପାତ୍ର
ଗାୟକ ରସ ସାଗର ବୈରାଗୀ ବେହେରା
ପାଲାରେ ନବ ରସ ପରିବେଷଣ କରି ସବୁ ବର୍ଗର ଦର୍ଶକଙ୍କ ମନକୁ ବାନ୍ଧିରଖିବାରେ ସଫଳ ଗାୟକ ହେଉଛନ୍ତି ବୈରାଗୀ ବେହେରା । ପୁରାତନ ପାଲାକୁ ସେହି ପୁରୁଣା ଢଙ୍ଗରେ ସେ ଏଭଳି ରସସିକ୍ତ କରିଥାନ୍ତି ଯେ, ତାଙ୍କ ପାଲା ଯାହା କାନରେ ଥରେ ବାଜିଯାଏ ଶେଷ ପର୍ଯ୍ୟନ୍ତ ସେ ଉଠି ପାରିନଥାଏ । ଯେଉଁ ସମୟରେ ଯୁବ ପୀଢି ପାଲାଠାରୁ ଦୂରେ ଯାଉଛନ୍ତି ସେଇ ସମୟରେ ସେମାନଙ୍କୁ ପାଲା ପ୍ରେମରେ ବାନ୍ଧିବାରେ ସକ୍ଷମ ପାଲା ଗାୟକ ହେଉଛନ୍ତି ବୈରାଗୀ ବେହେରା ।
ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା
ଜଣେ ଉଚ୍ଚ ଶିକ୍ଷିତ, ସଂସ୍କୃତ ବିଦ୍ୱାନ ପାଲା ଗାୟକ ଭାବେ ସାରା ରାଜ୍ୟରେ ପରିଚିତ ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା । କେନ୍ଦ୍ରାପଡା ଜିଲ୍ଲା ସାନମାଣତିଆ ଗ୍ରାମରେ ୧୯୫୪ ମସିହା ମାର୍ଚ୍ଚ ୩ ତାରିଖରେ ଏକ କୁଳୀଣ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ପର୍ଶୁରାମ । ବାପା ରଘୁନାଥ ପଣ୍ଡା ଓ ମାଆ ସୁମିତ୍ରାଙ୍କର ୫ ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ପର୍ଶୁରାମ ହେଉଛନ୍ତି ଦ୍ୱିତୀୟ ସନ୍ତାନ । ପିଲାଟି ଦିନରୁ ତାଙ୍କର ପାଲା ପ୍ରତି ରହିଥିଲା ରୁଚି । ଭବିଷ୍ୟତରେ ଜଣେ ପାଲା ଗାୟକ ହେବାର ସ୍ୱପ୍ନ ସେ ପିଲାବେଳୁ ଦେଖୁଥିଲେ ।
ଗାୟକ ଜ୍ଞାନଭୂଷଣ
ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପାଣି
ପିତା- ବୃନ୍ଦାବନ ପାଣି
ମାତା- ହାରାମଣି ପାଣି
ଗ୍ରାମ- ମାଣିତିରି, ଡାକ- ଷଡାଙ୍ଗୋଇ,
ବ୍ଲକ- ପିପିଲି,ଭାୟା- ଡେଲାଙ୍ଗ, ଜିଲ୍ଲା- ପୁରୀ
ପିନ୍- ୭୫୨୦୧୫
Mobile- ୯୪୩୭୯୫୮୧୦୬
୯୯୩୮୦୩୫୨୭୬
ଜନ୍ମ ତାରିଖ ୦୯/୦୯/୧୯୬୮
ଶିକ୍ଷାଗତ ଯୋଗ୍ୟତା-(+୨)ଆଇ.ଏ.
ପେଷା- କୌଳିକ ବୃତ୍ତି,ଚାଷ
ନିଶା- ପାଲାଗାୟକ
ପାଲା ଗୁରୁ-
ଗାୟକ ଚିନ୍ମୟ, ଭାଗବତ ଭୂଷଣ
ଶ୍ରୀଯୁକ୍ତ ବଳଭଦ୍ର ପଣ୍ଡା
ପାଲା ଆରମ୍ଭ କାଳ-
୧୯୯୭ ମସିହା
କୁମାରପୂର୍ଣିମା
ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ
ଯେଉଁ କେତେଜଣ ଗାୟକ ପାଲାକୁ ରାଜ୍ୟରୁ ନେଇ ଜାତୀୟ ସ୍ତରରେ ପହଞ୍ଚାଇଛନ୍ତି, ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ । ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ପାଲା ପରିବେଷଣ କରି ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଗାୟକ ପୁରାଣଭୂଷଣ
ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ
ଗାୟକ ପ୍ରଭଞ୍ଜନ
କରୁଣାକର ବାରିକ
(1934-2004)
ଗାୟକ ବାଗ୍ ଭୂଷଣ
ବନମାଳି ସ୍ବାଇଁ
(1935-2005)