Issue Date
7 May, 2020
ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା । ଏହି ପବିତ୍ର ଦିବସରେ ଭଗବାନ ଗୌତମ ବୁଦ୍ଧ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନରେ ପୃଥିବୀର ନିକଟତର ହୋଇଥାଏ ଚନ୍ଦ୍ର, ଫଳରେ ଅନ୍ୟ ଦିନ ଅପେକ୍ଷା ଆଜି ଚନ୍ଦ୍ର ଆକାରରେ ବଡ଼ ଦେଖାଯାଇଥାଏ । ଏହାକୁ ସୁପର ମୁନ୍ ବା ସୁପର ଫ୍ଲାଓ୍ବାର ମୁନ୍ ମଧ୍ୟ କୁହାଯାଏ । ପୃଥିବୀର ନିକଟକୁ ଚାଲି ଆସିବାରୁ ଆଜିର ଦିନରେ ଚନ୍ଦ୍ର ୧୬ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯାଇଥାଏ । ଆଜିର ଦିନରେ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଦୂରତ ୩,୫୬,୫୦୦ କିଲୋମିଟର ରହିଥାଏ । ଆଜି ସୁପର ମୁନ୍ ଦେଖାଯିବାକୁ ଥିବା ବେଳେ ଆସନ୍ତା ୨୦୨୧ ଏପ୍ରିଲ ୨୭ ତାରିଖରେ ପିଙ୍କ୍ ମୁନ୍ ଦେଖାଯିବ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା, ନାଶା ପକ୍ଷରୁ ଆକଳନ କରାଯାଇଛି ।