Issue Date
3 Sep, 2020
ଆଦର୍ଶ ଶିକ୍ଷକ, ସୁସାହିତ୍ୟିକ, ସୁସଂଗଠକ ତଥା ଲବ୍ଧପ୍ରତିଷ୍ଠ ପାଲା ଗାୟନାଚାର୍ଯ୍ୟ ଗାୟକ ମହାରଥୀ ସ୍ବର୍ଗତ ହରି ବଲ୍ଲଭ ଦାଶଙ୍କ ସ୍ମରଣେ
ସୁନ୍ଦର ମନ, ସୁଠାମ ଶରୀର, ନିର୍ମଳ ହୃଦୟ ନେଇ
ଶିକ୍ଷକ, ଗାୟକ, ସଂସ୍କାରକ ଭାବେ ସବୁରି ମନକୁ ମୋହି
ମହାବିନାୟକ ପୁଣ୍ୟତିଥିରେ ମହାପଥ ଆବୋରିଲ
ହରିବଲ୍ଲଭ ହେ ହରିଙ୍କ ବଲ୍ଲଭ ହୋଇ ସ୍ଵଧାମକୁ ଗଲ ||୧||
ହରିନାଥ ଶିଷ୍ୟହୋଇ ହରିନେଲ ପାଲାରେ ସବୁରି ମନ
ସାବିତ୍ରୀ କାବ୍ୟର ବିଶ୍ଳେଷଣ ତୁମ ରହିବ ଚିର ଅମ୍ଳାନ
ସ୍ଵତନ୍ତ୍ର ଗାୟନଶୈଳୀ, ନୂଆ ନୂଆ ସ୍ଵର କଲ ଆବିଷ୍କାର
ପ୍ରାଣସ୍ପର୍ଶୀ, ରସସିକ୍ତ ସବୁ ଆଜି ମନେ ପଡେ ବାରବାର ||୨||
ସ୍ନେହିଳ ଉଦାର ହସ, ଭଦ୍ର, ନମ୍ର ପୁଣି ଶିଷ୍ଟ ବ୍ୟବହାର
ସବୁରି ହୃଦୟେ ନିଶ୍ଚେ ଚିରକାଳ ରହିବ ହୋଇ ଭାସ୍ଵର
ତୁମ ଯାତ୍ରାପଥେ କୁସୁମ ବରଷୁ, ଏତିକି କାମନା ମୋର
ମହନୀୟ ତୁମ କୀର୍ତ୍ତି ପତାକା, ଉଡୁ ଥାଉ ଫରଫର ||୩||
ଭବଦୀୟ ଗୁଣମୁଗ୍ଧ ଶ୍ରୀ ଦାମୋଦର ଦାଶ, ବାରିକପୁର ବଜାର, ଭଦ୍ରକ