ଉତ୍କଳୀୟ ପାଲା ସଂସ୍କୃତିର କ୍ରମ ପରିଣତି
ଗାୟକ ଶେଖର ଜଗନ୍ନାଥ ବେହେରା
ଯେତେବେଳେ ଆକୁମାରୀ ହିମାଳୟ ସମଗ୍ର ଭାରତ ଭୂଖଣ୍ଡରେ ଆର୍ଯ୍ୟଋଷି ମାର୍ଗଦର୍ଶନ ପରମ ଏକକ ଈଶ୍ୱରୀୟ ସତା ବିଡମ୍ବିତ ହୋଇ ଶୈବ, ଶାକ୍ତ, ବୈଷ୍ଣବ, ସୌର ଓ ଗାଣପତ୍ୟ ଏହି ୫ଟି ମତବାଦ ସଂପ୍ରସାରିତ ହେଲା ସେତେବେଳେ ପରମାତ୍ମା ଈଶ୍ୱରଙ୍କ ନାମାନ୍ତର ଭାବେ ଏହା ସମାଜରେ ଗୃହୀତ ହେଲା ନାହିଁ । ସମସ୍ତେ ନିଜ ନିଜ ଆରାଧ୍ୟ ଦେବତାଙ୍କ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ପରସ୍ପର ମଧ୍ୟରେ ବିଭେଦର ପ୍ରାଚୀର ଠିଆ କଲେ । ମତବାଦଗତ ସଂକୀର୍ଣ୍ଣତାର ଘୋର ବିଷାଦ ସମାଜକୁ ବିଷାକ୍ତ କରିପକାଇଲା । ଏହାର ନିରାକରଣ କଳ୍ପେ ଅଭିବାଦନ ପ୍ରତିପାଦନ ପୂର୍ବକ ସେହି ପରମ ଏକକ ଈଶ୍ୱରୀୟ ସକ୍ସାତାର ଏକକ ଭାବେ ଗୋଟିଏ ପୀଠରେ ପଂଚ ଦେବତାଙ୍କ ପୂଜା କରିବାର ସୂତ୍ରପାତ ହେଲା ।
ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା
ଭିନ୍ନା ଭିନ୍ନ ନକର୍ତ୍ତବ୍ୟ ପଂଚଦେବ ନମସ୍ତୁତେ ।
ପାଲା ଗାୟକମାନେ ସତ୍ୟନାରାୟଣ ପୀଠରେ ଚାମର ସେବା ପରେ ସର୍ବ ପ୍ରଥମେ ଏହି ସ୍ତୋତ୍ରଟି ପାଠକରନ୍ତି ।
ଏକଂଦଶବିପ୍ରା ବହୁଦା ବଦନ୍ତି, ଏହି ମନ୍ତ୍ରଟି ଅରୁପାନନ୍ଦ ଅଦୃଶ୍ୟ ଈଶ୍ୱରୀୟ ସକ୍ସାର ନାମାନ୍ତର ଭାବେ ପ୍ରମାଣିତ । ଏ ସଂପର୍କରେ ବ୍ୟାସଦେବଙ୍କ ରଚିତ ସ୍କନ୍ଧ ପୁରାଣରେ ବିଶଦ ଭାବେ ବର୍ଣ୍ଣନା କରାଯାଇଛି । ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଆଦି ପ୍ରତ୍ୟେକ ଧର୍ମର ଅନୁଗାମୀମାନଙ୍କର ଔଦାର୍ଯ୍ୟ ସଂପନ୍ନ ଦୃଷ୍ଟିଭଙ୍ଗିକୁ ଏହି ଉକ୍ତି ଆକର୍ଷଣ କରେ । ଅତଏବ ଆଧ୍ୟାତ୍ମିକ ବା ଧାର୍ମିକ ଦୃଷ୍ଟିରୁ ଚିରନ୍ତନ ମାନବିକ ମୂଲ୍ୟବୋଧ ଦେଇ ଦେଶ, କାଳ, ପାତ୍ରର ଉଦ୍ଧ୍ୱର୍ରେ ପାଲା ସଂସ୍କୃତିର ଅବଦାନ ଅବଶ୍ୟ ସ୍ୱୀକାର୍ଯ୍ୟ । ସୁତରାଂ ଜାତୀୟ ସଂହତିକୁ ସୁଦୃଢ କରିବାରେ ସମଗ୍ର ଭାରତ ବର୍ଷରେ ସର୍ବ ପ୍ରଥମେ ପାଲା ସଂସ୍କୃତି ନିୟାମକ, ଏହି ଦାବି ଅସ୍ୱୀକୃତ ହୋଇନପାରେ ।
ଗୋପାଳ ଚନ୍ଦ୍ର ପ୍ରହରାଜ ଭାଷାକୋଷରେ ଉଲ୍ଲେଖ କରିଛନ୍ତି ଯେ- ପଂଚାଳି ଶବ୍ଦରୁ ପାଲା ଶବ୍ଦ ଉତ୍ପନ୍ନ ହୋଇଛି । ତାଙ୍କ ମତରେ ପଂଚ + ଆଳି = ପଂଚାଳି, ଏହାର ଅର୍ଥ ଗଣେଶ, ନାରାୟଣ, ଶିବ, ଅମ୍ବିକା ଓ ସୂର୍ଯ୍ୟ ଆଦି ପଂଚ ଦେବତାଙ୍କୁ ବୁଝାଏ ।
ସେହିପରି ବାଲେଶ୍ୱର ଜିଲ୍ଲାର ବରିଷ୍ଠ ସଂସ୍କୃତଜ୍ଞ ପାଲା ଗାୟକ କାହ୍ନୁ ଚରଣ ପତ୍ରିଙ୍କ ମନ୍ତବ୍ୟ ଅନୁସାରେ ପାଲ୍ୟେତ୍ ଇତି ପାଲା । ଅର୍ଥାତ୍ ସଂସ୍କୃତିକୁ ଯାହା ମାଧ୍ୟମରେ ପାଳନ କରାଯାଏ ତାହା ହିଁ ପାଲା । ବାରାନ୍ତରେ ରାଜ୍ୟପାଳ, ଜିଲ୍ଲାପାଳ ଆଦି ପଦବୀରେ ରହିଥିବା ପାଳ ଶବ୍ଦଟି ସଂସ୍କୃତ ବ୍ୟାକରଣ ମତେ ଏକ ବଚନ ଭାବେ ଗୃହୀତ । ସେହିପରି ଦ୍ୱିବଚନ ତଥା ବହୁବଚନରେ ଏହା ଯଥା କ୍ରମେ ପାଳୌ ଓ ପାଳାଃ ହେବ । ଓଡିଆ ଭାଷା ବ୍ୟତୀତ ଅନ୍ୟାନ୍ୟ ପ୍ରାନ୍ତୀୟ ଭାଷାରେ ଳ ବର୍ଣ୍ଣଟି ଲ ଭାବେ ଉଚ୍ଚାରିତ ହୋଇଥାଏ । ଏହି ପରିପ୍ରେକ୍ଷିରେ ପାଳର ବହୁବଚନ ପାଳାଃ ପରିବର୍କ୍ସେ ପାଲାଃ ବା ପାଲା ରୂପରେ ସମାଜରେ ଲୋକ ମୁଖରେ ପ୍ରଚାରିତ ହୋଇଥିବା ଅଯଥାର୍ଥ ନୁହେଁ । ଏହା ଉକ୍ରଳ ବାଚସ୍ପତି ସ୍ୱର୍ଗତ ଗୌରୀକୁମାର ବ୍ରହ୍ମାଙ୍କର ଅଭିମତ ।
ଗୌତମ ବୁଦ୍ଧଙ୍କ ନିଦେ୍ର୍ଦଶ କ୍ରମେ ତାଙ୍କ ଅନୁଗାମୀ ଶିଷ୍ୟମାନଙ୍କ ଦ୍ୱାରା ସଂସ୍କୃତ ଭାଷା ପ୍ରାଧାନ୍ୟ ଲାଭ କରିଥିବା ସମାଜରେ ପାଲି ପ୍ରାକୃତ ଭାଷାରେ ବୌଦ୍ଧ ମତବାଦ ସଂପ୍ରସାରଣ କରିଥିଲା । ବୌଦ୍ଧ ଦର୍ଶନର ପ୍ରଚାରକମାନେ ପାଲାକାରମାନଙ୍କର ପୂର୍ବତନ ସୁରୀ ବୋଲି ବିଶିଷ୍ଟ ନାଟ୍ୟ ଗବେଷକ ଧୀରେନ ଦାଶ ତାଙ୍କ ରଚିତ ପାଲା ଇତିହାସ ପାଲା ପୁସ୍ତକରେ ମତବ୍ୟକ୍ତ କରିଛନ୍ତି । ପାଲି ଶବ୍ଦର ଅର୍ଥ ଈଶ୍ୱର ପ୍ରଶସ୍ତି ଭାବେ ଗୃହୀତ ହୁଏ । ଈଶ୍ୱରଙ୍କ ପ୍ରଶସ୍ତି ଯାହା ମାଧ୍ୟମରେ ପ୍ରଚାର କରାଯାଉଥିଲା, ସେହି ଅନୁଷ୍ଠାନ ପାଲି ପ୍ରାକୃତ ପରବର୍ତ୍ତୀ କାଳରେ ପାଲା ଶବ୍ଦରେ ବିବର୍ତିତ ହୋଇଛି ।
ବିଶେଷତଃ ପାଲା ଗାୟକମାନଙ୍କର ସହଯୋଗୀମାନଙ୍କୁ ପାଳିଆ କୁହାଯାଏ । ଗାୟକ ଆଗେ ଗୀତ ଗାଇଲେ ସେହି ପଦକୁ ପଛରେ ଆବୃତି କରିବା ପରଂପରାକୁ ଲୋକେ ପାଳି ଧରୁଛନ୍ତି ବୋଲି କୁହନ୍ତି । ହିନ୍ଦୁ ମୁସଲମାନ ସାଂପ୍ରଦାୟିକ ବିଦ୍ୱେଶ ଦୃଷ୍ଟିରୁ ପାଲାର ଅବଦାନ ଅଭିସମ୍ବାଦିତ ସତ୍ୟ ଭାବେ ଅନସ୍ୱୀକାର୍ଯ୍ୟ । ରାଷ୍ଟ୍ରପିତା ବାପୁଜୀ ତାଙ୍କର ପ୍ରାର୍ଥନାରେ - ଈଶ୍ୱର ଆଲ୍ଲା ତେରେ ନାମ, ସବ୍୍କୋ ସନମତି ଦେ ଭଗବାନ୍ । ଏହି ଉଦାରବାଣୀ ପ୍ରବର୍କ୍ସନ କରିବାର ବହୁ ଆଗରୁ ଏବଂ ମୋଗଲ ସାମ୍ରାଜ୍ୟବାଦରୁ ଏଯାବତ୍ ମୁସଲମାନଙ୍କ ଉପାସ୍ୟ ପୀରଙ୍କ ପ୍ରଶସ୍ତି ପାଲାକାରମାନେ ଗାଇଆସୁଛନ୍ତି ।
ସତ୍ୟନାରାୟଣଙ୍କୁ ସତ୍ୟପୀର ଭାବେ ଗ୍ରହଣ କରି ବୈଦିକ ରୀତିରେ ରକ୍ଷଣଶୀଳ ବ୍ରାହ୍ମଣମାନେ ମଧ୍ୟ ପୂଜା କରିଆସୁଛନ୍ତି । ତକ୍ରାଳୀନ ଓଡିଶା ରାଜ୍ୟ ଅନ୍ତର୍ଗତ ମେଦିନପୁର ଅଧିବାସୀ କବିକର୍ଣ୍ଣ, ଶଙ୍କରାଚାର୍ଯ୍ୟ ଆଦି କବିମାନେ ପଂଚଦେବତା ବନ୍ଦନା, ଷୋଳପାଲାରେ ପୀର ପାକାମ୍ବରଙ୍କ ପ୍ରଶସ୍ତି ଗାଇ ହିିନ୍ଦି, ବଙ୍ଗଳା, ଓଡିଆ ଓ ଉଦ୍ଦ୍ୱର୍ ମିଶ୍ରିତ ଭାଷାରେ ଅନେକ କବିତା ରଚନା କରିଛନ୍ତି । ପୀର ଓ ଜଗନ୍ନାଥଙ୍କ ମଧ୍ୟରେ ପାର୍ଥକ୍ୟ ଥିବାର ସେମାନେ ଅନୁଭବ କରିନାହାଁନ୍ତି । କବିକର୍ଣ୍ଣ ମଧ୍ୟ ଲେଖିଛନ୍ତି- ରାମ ଯେ ରହିମ୍ ଏକ୍, କୃଷ୍ଣ ଯେ କରିମ୍ ଏକ୍ । ଶତାଧିକ ବର୍ଷ ଧରି ପାଲା ଗାୟକମାନେ ପାଲା ମାଧ୍ୟମରେ ସାଂପ୍ରଦାୟିକ ସଦ୍ଭାବନା ସୃଷ୍ଟି କରିବାର ଅନବଦ୍ୟ ପଦକ୍ଷେପ ଏବେବି ବ୍ୟାହତ ହୋଇନାହିଁ ।
କବିକର୍ଣ୍ଣ ବିରଚିତ ପାଲାରେ ସତ୍ୟପୀର ସମେତ ପଂଚ ଦେବତାଙ୍କ ବନ୍ଦନା ଓ ଷୋଳ ପାଲାରେ ଗାୟକମାନେ ଏଇ ସାଂପ୍ରଦାୟିକ ସଦଭାବନା ସଂପ୍ରସାରଣ କଳ୍ପେ ଗୀତ, ବାଦ୍ୟ, ନୃତ୍ୟ ଓ ଅଭିନୟ ପ୍ରଦର୍ଶନ କରି ଜନମାନସରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ଉଦ୍୍ଜୀବିତ କରିଆସିଛନ୍ତି । ଭଦ୍ରକ ଜିଲ୍ଲା ଧାନନଗର ଅନ୍ତର୍ଗତ ଗୋଡିପୋଖରୀ ଗ୍ରାମରେ ୭ ପୀଢି ଧରି ଏକ ମୁସଲମାନ ପରିବାର ବଂଶାନୁକ୍ରମିକ ଭାବେ ପାଲା ଗାଇ ଆସୁଛନ୍ତି । ହିନ୍ଦୁ ବାୟକ ଓ ପାଳିଆମାନେ ଏହି ଗାୟକଙ୍କୁ ପାଲାରେ ସହଯୋଗ କରନ୍ତି । ଏବେ ମଧ୍ୟ ପୌରହିତ୍ୟ ପରଂପରାରେ ବ୍ରାହ୍ମଣମାନେ ପଂଚଦେବତାଙ୍କୁ ଆହ୍ୱାନ କଲା ପରେ ଏହି ମୁସଲମାନ ଗାୟକ ହିନ୍ଦୁ ଯଜମାନଙ୍କ ପାଇଁ ପାଲା ଗାୟନ କରନ୍ତି । ଅନୁସନ୍ଧିଚ୍ଛା ବିମୁଖତା ଭିତରେ ପାଲାକାରମାନଙ୍କ ଭୂମିକା ଏବେ ବି ରହସ୍ୟଚ୍ଛନ୍ନ ହୋଇରହିଛି । ଅବଶ୍ୟ ସାଂପ୍ରତିକ ଯୁଗରେ ବହୁ ସାହିତି୍ୟକ, ଗବେଷକ ଓ ଅଧ୍ୟାପକମାନେ ପାଲାର ଐତିହ୍ୟ, ପରଂପରା ଓ ଅବଦାନ ଉପରେ ମନୋନିବେଶ କରୁଛନ୍ତି, ଯାହାତି ଅତ୍ୟନ୍ତ ଶୁଭଙ୍କର । ବଙ୍ଗଳା ଶବ୍ଦକୋଷରେ ପର୍ଯ୍ୟାୟ ଶବ୍ଦରୁ ପାଲା ଶବ୍ଦ ବିବର୍କ୍ସିତ ହୋଇଥିବାର ଦେଖିବାକୁ ମିଳେ । ପାଲା କାର୍ଯ୍ୟକ୍ରମରେ ଗାୟକମାନେ ସତ୍ୟନାରାୟଣଙ୍କ ପୀଠରେ ଚାମର ସେବା କରିବା ପରେ ପର୍ଯ୍ୟାୟକ୍ରମେ ପଂଚ ଦେବତାଙ୍କ ବନ୍ଦନା, ମନଶିକ୍ଷାମୂଳକ ସଂଗୀତ, ଆଶୀର୍ବାଦାତ୍ମକ ମଙ୍ଗଳାଚରଣ, ଆଲୋଚ୍ୟ ବିଷୟବସ୍ତୁରେ ଆନୁସଙ୍ଗୀକମତେ ବିଭିନ୍ନ ପ୍ରତିଷ୍ଠିତ ସଂସ୍କୃତ କବିମାନଙ୍କ ଦ୍ୱାରା ଲିଖିତ ନଗର, ଅରଣ୍ୟ, ସଂଧ୍ୟା, ପ୍ରଭାତ, ଋତୁ, ନାୟକ ଓ ନାୟିକାମାନଙ୍କ ସୌନ୍ଦର୍ଯ୍ୟ ତଥା ସେମାନଙ୍କର ମିଳନ ଓ ବିଚ୍ଛେଦାତ୍ମକ ବର୍ଣ୍ଣନା କରନ୍ତି । ଏଥିସହ ଓଡିଆ ରୀତି ସାହିତ୍ୟର କାବ୍ୟକୁ ତୁଳନାତ୍ମକ ଭାବେ ବ୍ୟାଖ୍ୟା କରୁଥିବା ହେତୁ ଏହି କାରଣ ସ୍ୱରୂପ ପର୍ଯ୍ୟାୟ ଓ ପାରାୟଣ ଏଇ ଦୁଇ ଶବ୍ଦର ର ଅକ୍ଷରଟି ଲ ଭାବେ ପରିବର୍କ୍ସିତ ହେବାର ବୈଚିତ୍ର୍ୟ ନାହିଁ ।
ଏହାକୁ ବ୍ୟାବହାରିକ ଭାଷାରେ ତୃଟି ବିଚ୍ୟୁତି ଭାବେ ଧରା ନଯିବାର ଓଡିଆ ସାହିତ୍ୟରେ ପାରଂପରିକ ରୀତି ପ୍ରଚଳିତ ହୋଇଆସୁଛି । ଯଥା- ସଂସ୍କୃତ ପର୍ଯ୍ୟଙ୍କ ଶବ୍ଦଟି ଆମ ଓଡିଆରେ ପଲଙ୍କ ରୂପେ ପରିଚିତ ହୋଇଛି । ସର୍ବୋପରି ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ଓ ବିକାଶ ଦୃଷ୍ଟିରୁ ପାଲାକାରମାନଙ୍କ ଭୂମିକା ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଭିକ୍ସିଭୂମି ପରି ଅଦୃଶ୍ୟ ହୋଇରହିଛି । କ୍ଷୋଭର ବିଷୟ ତତ୍ ସଂପର୍କିତ ପାଲା ସଂସ୍କୃତିର ଭୂମିକା ଏ ପ୍ରଗତୀଶୀଳ ଯୁଗରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରୁନାହିଁ ।
(ସୌଜନ୍ୟ- ପାଲା ସୌରଭ)