Odisha

2 Rabindra Kumar Samantray

ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ 
 
ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦର୍ଶକଙ୍କୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବାନ୍ଧି ରଖୁଥିବା ଗାୟନାଚାର‌୍ୟ୍ୟ ହେଉଛନ୍ତି ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ । 

2 Radheshyam Panda

ଗାୟକ କୃତବିଦ୍ ରାଧେଶ୍ୟାମ ପଣ୍ଡା 
 
ଘର ତାଙ୍କର ସମ୍ବଲପୁର ଜିଲ୍ଲାରେ, ମାତୃଭାଷା ସମ୍ବଲପୁରୀ । ହେଲେ ସେ ଉଭୟ ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ପ୍ରାଞ୍ଜଳ ପାଲା ପରିବେଷଣ କରି ସାରା ରାଜ୍ୟରେ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି । ଏହି ବିରଳ ପ୍ରତିଭାବନ୍ତ ଗାୟକ ହେଉଛନ୍ତି ରାଧେଶ୍ୟାମ ପଣ୍ଡା । 

2 Narayana Lenka

ଗାୟକ ଅଞ୍ଜନ ନାରାୟଣ ଲେଙ୍କା

ଅତି ସରଳ, ଅତି ସ୍ପଷ୍ଟ ତାଙ୍କ ଭାଷା । ଭାଷାର କ୍ଳିଷ୍ଟତା, ଅନାବଶ୍ୟକ ଆଲୋଚନା ନଥାଏ ତାଙ୍କ ପାଲାରେ । ସାଧାରଣ ଗ୍ରାମୀଣ ମହିଳାଙ୍କଠାରୁ ବିଜ୍ଞ, ପଣ୍ଡିତଙ୍କ ପର‌୍ୟ୍ୟନ୍ତ ସମସ୍ତେ ଆଗ୍ରହର ସହିତ ଶୁଣନ୍ତି ତାଙ୍କ ପାଲା । ବର୍ତ୍ତମାନ ଯେଉଁକେତେ ଜଣ ଗାୟକ ପୂରାତନ ପାଲା ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ସେମାନଙ୍କ ମଧ୍ୟରେ ସେ ଜଣେ । ଓଡିଶାର ପୁରପଲ୍ଲୀରେ ପରିଚିତ ସେହି ପାଲା ଗାୟନାଚାର‌୍ୟ୍ୟ ହେଉଛନ୍ତି ଗାୟକ ଅଞ୍ଜନ ନାରାୟଣ ଲେଙ୍କା ।

1R Narottam Mohapatra

ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ ରତ୍ନ ନରୋତ୍ତମ ମହାପାତ୍ର ।