Odisha

Lambodar Behera

ବର୍ତ୍ତମାନ ସମୟର ଉଦିୟମାନ ପାଲା ଗାୟକ ଲମ୍ବୋଦର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡ଼ିଖଣି ଗ୍ରାମରେ 1973 ମସିହା ସେପ୍ଟେମ୍ବର 17 ତାରିଖରେ ଲମ୍ବୋଦରଙ୍କ ଜନ୍ମ । ବାପା ଲକ୍ଷ୍ମୀଧର ବେହେରା ଓ ମାଆ ବୁଦ୍ଧିମତି ବେହେରା । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ପ୍ରତି ରୁଚି ରଖିଥିଲେ ଲମ୍ବୋଦର । ଓଡ଼ିଆରେ ସ୍ନାତକୋତ୍ତର ପରେ ସେ ସିଟି ତାଲିମ ଗ୍ରହଣ କରିବା ପରେ ଶିକ୍ଷକତାକୁ ନିଜର ପେଶା ଭାବେ ଗ୍ରହଣ କରିଛନ୍ତି । 

2 Laxman Rout

ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ
ପାଲା ଜଗତରେ ଜଣେ ଅମଳିନ ପ୍ରତିଭା ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ । ୧୯୫୧ ମସିହା ଏପ୍ରିଲ ୨୦ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ନିକଟସ୍ଥ ହାସିନୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ । ବାପା ଚିନ୍ତାମଣି ରାଉତ ଏବଂ ମାଆ ସାଗିରି । ଜେଜେବାପା ଫକୀର ରାଉତ ଗାୟକ ଥିଲେ । ତେଣୁ ପରିବାରରେ ପାଲା ସାହିତ୍ୟ ଓ ସଂସ୍କୃତିର ମାହୋଲ ରହିଥିଲା, ଯାହାର ପ୍ରଭାବ ଲକ୍ଷ୍ମଣଙ୍କ ଉପରେ ପଡିଥିଲା । ଚାଟଶାଳୀରେ ୩ ବର୍ଷ ପଢିବା ପରେ ଗଣିଜାଙ୍ଗ ଉଚ୍ଚ ମୌଳିକ ବିଦ୍ୟାଳୟରେ ଲକ୍ଷ୍ମଣ ପାଠ ପଢିଥିଲେ । ଏହାପରେ ନେହରୁ ଉଚ୍ଚ ବିଦ୍ୟାପୀଠ ଗଣିଜାଙ୍ଗରୁ ୧୯୭୧ ମସିହାରେ ମାଟ୍ରିକ୍ ପାସ୍ କଲେ । 

2 Chakradhar Barik

ଗାୟକ ଅରୁଣ ଚକ୍ରଧର ବାରିକ
ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇ ଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ ପୁରାଣ ପ୍ରତି ଅହେତୁକ ଆଗ୍ରହ ରହିଥିଲା ଚକ୍ରଧରଙ୍କର । ମାଟ୍ରିକ ପାସ୍ କରିବା ପରେ ନିରାକାରପୁର କଲେଜରେ ବିଜ୍ଞାନ ଛାତ୍ରଭାବେ ପାଠ ପଢୁଥିଲେ, ଏହି ସମୟରେ ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ପାଠପଢାରେ ଡୋରୀ ବାନ୍ଧିବାକୁ ପଡିଥିଲା । ୧୯୭୫ ମସିହାରେ ସେ ଭୁବନେଶ୍ୱର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓୟୁଏଟିରେ କିରାଣୀ ଭାବେ ଚାକିରି କଲେ ।

2 Laxmidhar Dash

ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ
ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ । ପୁରୀ ଜିଲ୍ଲା କୋଣାର୍କ ନିକଟବର୍ତୀ ବାଙ୍ଗୋର ବରପଦା ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର । ୧୯୫୫ ମସିହା ଆଷାଢ ଶୁକ୍ଳ ଦ୍ୱିତୀୟା ଶ୍ରୀଗୁଣ୍ଡିଚା ତିଥିରେ ସେ ବାପା ଗୋବିନ୍ଦ ଚନ୍ଦ୍ର ଦାଶ ଓ ମାଆ ଶଶିମଣିଙ୍କ କୋଳ ମଣ୍ଡନ କରିଥିଲେ । ପିତୃ ପିତାମହ ଅତ୍ୟନ୍ତ ଧର୍ମପରାୟଣ ତଥା ଯାଜ୍ଞିକ ବ୍ରାହ୍ମଣ ଥିଲେ । ପରିବାରରେ ବେଦ, ବେଦାନ୍ତ, ସାଂଖ୍ୟ, ଦର୍ଶନ, ପୁରାଣ ଶାସ୍ତ୍ର ଆଦିର ନିୟମିତ ଆଲୋଚନା ହେଉଥିଲା, ଯାହାର ପ୍ରଭାବ ପିଲାଟି ଦିନରୁ ପଡିଥିଲା ଲକ୍ଷ୍ମୀଧରଙ୍କ ଉପରେ ।