କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ନବବାଳୀକି,
ଦେଖି, ଲାଗିଗଲା, ପ୍ରୀତି ଭେଳିକି ।।୦।।
ଚରମେ ଚାରୁଚିକୁର,
ପଡ଼ିଥିଲା ଲୋଟି ।
ଉରରେ ଯୁଗଳ ଶମ୍ଭୁ,
ରହିଥିଲେ ଫୁଟି ।।୧।।
ରସବତୀ ରସନା,
କଟିରେ କିଣିକିଣି ।
ନିକ୍ଵଣି ଯା ଯୋଗୀମନ,
ନେଉଥିଲା କିଣି ।।୨।।
ବିମ୍ବାଧର ଚୁମ୍ବିବାକୁ,
ନାସା ଶୁକପକ୍ଷୀ ।
ଭ୍ରୁଲତା ଲତାରୁ କିବା,
ରହିଥିଲା ଲକ୍ଷି ।।୩।।
ବାଳା କଳାବତୀ କେଳି,
ପ୍ରବୀଣା ଚତୁରୀ ।
ରମାକାନ୍ତ ଧୈର୍ଯ୍ୟଦ୍ରୁମ,
ଦେଲା ଯା କତୁରି ।।୪।।