ନିରାଶଭକ୍ତର ପ୍ରଭୁଙ୍କପ୍ରତି ଅଭିମାନ ଓ ଆତ୍ମନିବେଦନ ମୂଳକ ଜଣାଣ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଗା ଏଡେ ଦଗାଦିଆ ତୁ,
ଦଗାଦିଆ ରୀତି,
ଛାଡିଲୁ ନାହିଁ ।
ଦୀନ ଅଭାଗାକୁ ଭଗାରି ହସାଇ
ଅଗାଡି ପଣରେ ରଖିଲୁ କାହିଁ ।।୦।।
ଅଣୁ ପରମାଣେ କରୁଣା,
ନକଲୁ ମୁଁ ହେଉଛି ବଣା ।
ଅଣାକର ମୂଲ୍ୟ- ନାହିଁ ମୋ ଜଗତେ
ଖଣାରେ ପକାଇ କରିଲୁ ବାଇ ।।୧।।
ବାର ବାର ତୋ ଚରଣରେ,
ପଶୁଅଛି ମୁଁ ଶରଣରେ ।
ଭରଣ ଭରଣ ଦୁଃଖ ଦେଉଅଛୁ
କରୁଣା ବାରିରୁ କଣେ ନଦେଇ ।।୨।।
କିସ ତୋତେ ଦେଇ ପୂଜିବି,
କେଉଁ ନାମ ତୋର ଭଜିବି ।
ସଜୀବିତେ ରଖି ଦୁଃଖରେ ଘଣ୍ଟାଉ
ଜୀବନହେଲେ ମୋ ଯାଆନ୍ତୁନେଇ ।।୩।।
କାଳିଆ ତୋ ପାଦେ ଏତିକି,
ଜଣାଉଛି ଘେନ ଶ୍ରୁତିକି ।
ରମାକାନ୍ତ ତୋର ହଳିଆ ହେଉଛି
ଅଳିଆ ହୃଦରୁ ଦିଅ ତୁଟାଇ ।।୪।।