Issue Date
2 Sep, 2021
ରଚନା- ଲଲାଟ କିଶୋର ମହାନ୍ତି
ରାଗ- କଳହଂସ କେଦାର
ଉତ୍କଳରେ ଆଜି ହେଲା ଶୂନ୍ୟସ୍ଥଳ ।
ସବୁରି ନୟନୁ ବହେ ଅଶୃଜଳ ।
ନାହାନ୍ତି ଯେଣୁ ସେ,ଗାୟକ କୋକିଳ ।
କାନ୍ଦେ ଋତୁରାଜ ହୋଇକି ବିକଳ ।
କାହାପାଇଁ ଆଉ ଜିବି ଧରାତଳ ।
କିଏ ଗାଇବମୋ ଯଶ ଅନର୍ଗଳ ?
=====ରାଗ ବଙ୍ଗଳାଶ୍ରୀ=====
ଗଲେ ବଳଭଦ୍ର ଗଲେ ପ୍ରହଲ୍ଲାଦ,
ଲକ୍ଷ୍ମୀଧର ହେଲେ ଏକା ।
ଅସମୟେକାଳ, ପାଲାଜଗତକୁ,
ଦେଇଗଲା,ଶକ୍ତ ଧୋକା ।
ଗୋଟି ଗୋଟିକରି ଭାରତୀ କାନନୁ
ଲୁଟିନେଉଅଛି ଫୁଲ ।
ଆହାକି କରୁଣ, ଏଡେ ନିଦାରୁଣ,
ଠାକୁରେ କାହିଁ କି ହେଲ।
ଏଜୀବନ ସାରା ତୋନାମକୁ ଗାଉ,
ଗାଉ, ଗଲା ପ୍ରଭୁଃ ବେଳ ।
ଭକ୍ତଭାବେ ଥରେ କୋଳେଇ ନେଏତୁ,
ତୋରବଇକୁଣ୍ଠ ସ୍ଥଳ ।
ଆଉ ତୁମନାମ କିଅସେ ଗାଇବ ,
ଉତ୍କଳରେ ବୁଲିବୁଲି ।
ଅଭିନୟ କରି କିଏବା କାନ୍ଦିବ,
ମଞ୍ଚପରେ ଫୁଲିଫୁଲି ।
ଅନ୍ତସମୟରେ ସନ୍ଥପଣେ,ମୋତେ,
ସତେକି ଦେବୁତୁ ଦେଖା।
ଲଲାଟ ଲିଖନ ସାର୍ଥକ କରିଲେ,
ଜାଣିବି ବାସ୍ତବ ସଖା ।