Puri

Lambodar Behera

ବର୍ତ୍ତମାନ ସମୟର ଉଦିୟମାନ ପାଲା ଗାୟକ ଲମ୍ବୋଦର ବେହେରା । ପୁରୀ ଜିଲ୍ଲା ନିରାକାରପୁର କଉଡ଼ିଖଣି ଗ୍ରାମରେ 1973 ମସିହା ସେପ୍ଟେମ୍ବର 17 ତାରିଖରେ ଲମ୍ବୋଦରଙ୍କ ଜନ୍ମ । ବାପା ଲକ୍ଷ୍ମୀଧର ବେହେରା ଓ ମାଆ ବୁଦ୍ଧିମତି ବେହେରା । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ପ୍ରତି ରୁଚି ରଖିଥିଲେ ଲମ୍ବୋଦର । ଓଡ଼ିଆରେ ସ୍ନାତକୋତ୍ତର ପରେ ସେ ସିଟି ତାଲିମ ଗ୍ରହଣ କରିବା ପରେ ଶିକ୍ଷକତାକୁ ନିଜର ପେଶା ଭାବେ ଗ୍ରହଣ କରିଛନ୍ତି । 

2 Laxmidhar Dash

ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ
ପାଲା ଆକାଶର ଉଜ୍ଜ୍ୱଳତମ ନକ୍ଷତ୍ର ଗାୟକ ବ୍ୟାସ ଲକ୍ଷ୍ମୀଧର ଦାଶ । ପୁରୀ ଜିଲ୍ଲା କୋଣାର୍କ ନିକଟବର୍ତୀ ବାଙ୍ଗୋର ବରପଦା ଗ୍ରାମରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଲକ୍ଷ୍ମୀଧର । ୧୯୫୫ ମସିହା ଆଷାଢ ଶୁକ୍ଳ ଦ୍ୱିତୀୟା ଶ୍ରୀଗୁଣ୍ଡିଚା ତିଥିରେ ସେ ବାପା ଗୋବିନ୍ଦ ଚନ୍ଦ୍ର ଦାଶ ଓ ମାଆ ଶଶିମଣିଙ୍କ କୋଳ ମଣ୍ଡନ କରିଥିଲେ । ପିତୃ ପିତାମହ ଅତ୍ୟନ୍ତ ଧର୍ମପରାୟଣ ତଥା ଯାଜ୍ଞିକ ବ୍ରାହ୍ମଣ ଥିଲେ । ପରିବାରରେ ବେଦ, ବେଦାନ୍ତ, ସାଂଖ୍ୟ, ଦର୍ଶନ, ପୁରାଣ ଶାସ୍ତ୍ର ଆଦିର ନିୟମିତ ଆଲୋଚନା ହେଉଥିଲା, ଯାହାର ପ୍ରଭାବ ପିଲାଟି ଦିନରୁ ପଡିଥିଲା ଲକ୍ଷ୍ମୀଧରଙ୍କ ଉପରେ । 

1H Markandeya Bahinipati

ଗାୟକ ପାଠାଗାର ମାର୍କଣ୍ଡେୟ ବାହିନୀପତି
୧୯୬୪ ମସିହାର ଘଟଣା । ଶ୍ରୀଗଣେଶ ପୂଜା ଉପଲ୍ଲକ୍ଷେ ଜଟଣୀ ନିକଟସ୍ଥ ରାମଚନ୍ଦ୍ରପୁରରେ ବାଦୀପାଲାର ଆୟୋଜନ ହୋଇଥାଏ । ତତ୍କାଳୀନ ସ୍ୱନାମଧନ୍ୟ ଗାୟକ ମାର୍କଣ୍ଡେୟ ବାହିନୀପତି ଆସିଥାନ୍ତି ପାଲା ଗାଇବାକୁ । ସେ ବର୍ଷ ମରୁଡି ପଡିଥିବାରୁ ମଂଚରେ ବିଶେଷ ଜନସମାଗମ ହେଉନଥାଏ । ଏହାର କାରଣ ପଚାରିବାରୁ ଜଣେ ପାଳିଆ କହିଲେ, ‘ଆଜ୍ଞା ମରୁଡିରେ ତ ଧାନଗଛ ଜଳିଲାଣି, ଆଉ ପାଲା ଶୁଣିବାକୁ ଆସିବ କିଏ ।’ ହଠାତ୍ ବାହିନୀପତି କହିଲେ, ‘ଆସନ୍ତାକାଲି ବର୍ଷା ହେବ ।’ ସହକର୍ମୀ କହିଲେ,‘ଆପଣ କଣ ଇନ୍ଦ୍ର କି ? ବାହିନୀପତି କହିଲେ, ‘ଯଦି କାଲି ବର୍ଷା ନହେବ ମୁଁ ବ୍ରାହ୍ମଣ ପିଲା ନୁହେଁ, ପଇତା ଛିଣ୍ଡାଇଦେବି ।’