Issue Date
26 Sep, 2020

Genres
ରାଗ-ତୋଡି ପରଜ
କବି- ଗାୟକ ବାଗୀଶ, ଅନନ୍ତ କିଶୋର ସାମଲ

ମନ ବାଉଳା ରେ
ଭଜ ଅନନ୍ତ ଗୋପାଳ
ଦେହ ତ୍ରୀକୁଟରେ ଛତିଆ ବଟରେ
ଲାଗିଛି ରାହାସ ଦୋଳ ।।ପଦ।।
ପଞ୍ଚ ପ୍ରାଣ ତୋର ପଞ୍ଛ ସଖା ସ୍ଥିର
ଭକ୍ତେ ହୋଇଛନ୍ତି ମେଳ,
ପାଞ୍ଚ ମନ ଯାକ ବୋଲନ୍ତି ଗାୟକ
ଧରି ଭକତି ଚାମର ।।୧।।
ତ୍ରିଗୁଣ ମୋହର ବୋଲାନ୍ତି ଠାକୁର
ଜଗମୋହନ ମନ୍ଦିର
ପଞ୍ଚ ମୁଖି ପଞ୍ଚ ଭୂତ ଅଟେ ସ୍ବଚ୍ଛ
ଜଗେ ଜ୍ୟୋତି ଜମାଦାର ।।୨।।
ଅଷ୍ଟ ସଖି ଅଷ୍ଟ ଚତୁବର୍ଗ ଆଣ୍ଟ
ଢାଳନ୍ତି ପଖା ଚାମର,
କହଇ ଅନନ୍ତ ଦେଖ ଜ୍ଞାନ ନେତ୍ର
ଖୋଲି ନିକୁଞ୍ଜ ପୀଠର ।।୩।।