Issue Date
16 Jul, 2020

Genres
ଚଉପଦୀ
ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ
ଆସ ପାଶକୁ ରସବତୀ ମୋ କୋଳେ ବସ
ଭାସ ମଧୁର ଭାଷ ତୋଷ ମନ (ଘୋଷା)
ମନସୀଜ ଆକ୍ରୋଶ ରଖିଦେଉଛି ତ୍ରାସ
ଅବଶ କରେ ମାରି ପଞ୍ଚବାଣ ॥ ୧ ॥
ବାଣଜାଳୁଛି ଅଙ୍ଗ ଅଙ୍ଗନା ଅଙ୍ଗସଙ୍ଗ
ସଙ୍ଗର କରି ରଙ୍ଗ ରଙ୍ଗ ଅଧରାମଙ୍ଗ
ମଙ୍ଗଳ ପାଞ୍ଚି ଅଙ୍ଗ କରଦାନ ॥ ୨ ॥
ଦାନବ ଦାନବାରି ବାରିଜ ନେତ୍ରାନାରୀ
ନାରୀଶ ତୋରସରି ସରିକେ ନାଗପୁରୀ
ପୂରିତ ସୁଷମା ସମ୍ଭାର ମାନ ॥ ୩ ॥
ମାନତେଜ ନବୀନା ବିନାତୋର ବିମନା
ମନାତୁ କଲେସିନା ସିନାଯୋରିରେ ଘେନା
ଘେନାଇବି ବା ଦେଇ କିସ ଧନ ॥ ୪ ॥
ଧନମୋର ତୁ ସହୀ ସହିନୁହଇ ରହି
ରହିତ କଲେ ତୁହି ତୁହିନକର ମୁହୀଁ
ମୁହିର ଗାୟକ ଦୀପ୍ତି ଲକ୍ଷ୍ମଣ ॥ ୫ ॥