Issue Date
25 Apr, 2020

Genres
ରଚନା- ଗାୟକ ଜ୍ଞାନ ଗୌରବ
ଲକ୍ଷ୍ମୀଧର ପଣ୍ଡାଶର୍ମା
(ଚ ଅନୁପ୍ରାସ)
ଚତୁରୀ ଚମ୍ପାଗୋରୀ, ଚାନ୍ଦ ମୁଖଭାତିକିରେ
ଚାହିଁ ଦେଲେ ଚିତ୍ତ ଚହଲି ଯାଉଛି
ଚମକାଇ ଦେଉଅଛି ଛାତିକିରେ ।୦।
ଚତୁର ବଦନ ଚତୁର ନିର୍ମାଣ
ଚାତୁରୀ ସୁସଞ୍ଚ ସଞ୍ଚି ସର୍ବଗୁଣ
ଚାମର ଚିକୁରା ସୂଚୀ ଦଶନାକୁ
ଲଭିଲେ ଲିଭିବ କାମତାତିକିରେ ।୧।
ଚାରୁଚିବୁକକୁ ଚୁମ୍ବିବା ଇଛାରେ
ଚରିତ୍ର ହାରିବେ ଶୁଚିମନ୍ତ ନରେ
ଚଞ୍ଚଳାକ୍ଷ ତୀର ଚାଳି ରାମାବର
ଚୋରାଇନେବ ଏ ଧୀରଖ୍ୟାତିକିରେ ।୨।
ଚରଣ ଚାରଣ କାଳେ ମତ୍ତଗଜ
ଚାହିଁ ନତମୁଖ ହେଲା ବହିଲାଜ
ଚିନ୍ତାରେ କବିର ଲେଖନୀ ଅଚଳ
ଚାମିକର କମିଯିବ କାନ୍ତିକିରେ ।୩।
ଚାରିଦଶ ଭୁବନରେ ନାରୀବର
ଚେତାଚ୍ୟୁତ କରିଦେବ ରସିକର
ଚିରତ୍ନ ରୁଚିର ଚିତ୍ରକୁ ସାଇତି
ଚିହ୍ନରା ଲକ୍ଷିଆ ଗୀତେ ମାତିକିରେ ।୪।