Issue Date
16 Apr, 2020

Genres
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା (ଗାୟକ ଜ୍ଞାନ ଗୌରବ)
ସା-କରଡାପଲ୍ଲୀ, ପୋ-ବାଣିଆ, ଭା-କଳାପଥର, ଜିଲ୍ଲା-କଟକ
ଫୋନ-9937222583, 7381884756
ବସନ୍ତ ପିକ ଶୀକଭାଷିରେ, ମଞ୍ଜୁହାସୀ
ସ୍ବର୍ଣପ୍ରଭାକୁ ଦଳିବ ମନୋରମା ଶୋଭାରାଶି ।।
କଳ୍ପନାରେ ନିରୂପମା ରମ୍ଭା ମେନା ତିଳୋତ୍ତମା,
ଲକ୍ଷ୍ମୀ ସରସ୍ବତୀ ହେବେ ଦାସୀ, କମଳାକରେ କି କୁମୁଦିନୀ ବିକଶି,
ଅମିତ୍ରା ହୋଇଲେ କାମ ବିଜୟିନିଶ୍ଚେ ପ୍ରୟାସୀ ।୧।
ସସ୍ମିତାନନୀ ସୁଷମା ଶ୍ରମତୀସୁଖ ଅସୀମା, କନକ ଗୌରୀଙ୍କୁ ଉପହାସୀ
ବାଳାମଣି ବୀଣା ବାଣୀ କେଳି ଲାଳସୀ,
କାମ ପ୍ରଭାତୀରେ ତ୍ରାସୀ ଶ୍ରୀକଣ୍ଠ ତେଜିବେ କାଶୀ ।୨।
ନୀଳିମାରେ ସୁଲୋଚନା ଅଳିକୁ କରେ ଭର୍ତ୍ସନା ମିନତୀକି ଘେନିଲେ ଆଶ୍ବାସୀ
ଶ୍ରଧାଞ୍ଜଳି ଦେବିଢାଳି ପ୍ରଜ୍ଞା ପ୍ରକାଶି
ଦର୍ପକ ଦମଅନ୍ତିକେ ଦ୍ବିଜ ଲକ୍ଷ୍ମୀଧରଭାଷି ।୩।