Issue Date
16 Jul, 2020

Genres
ରଚନା- ଲକ୍ଷ୍ମୀଧର ପଣ୍ଡାଶର୍ମା
ଦୀନବାନ୍ଧବ, ଦୟାକରି ଦୃଷ୍ଟି ଦେବ କି
ଦରଖାସ୍ତ ମୋର ତୁମ୍ଭ ଦରବାର କେବେ ଦର ଦୂର ହେବକି ।୦।
ଦରକ୍ଷେତ୍ରେ ବସି ଦାରୁ ଦିଅଁ ହସି
ଦାରୁଣ ବିପଦ ଦେଉଅଛ ପେଷି
ଦେଖୁ ଦେଖୁ ଦଶା ଉଡାଉଛି ହଂସା ଦୁଃସହ ଦୁର୍ଦିନ ଯିବକି ।୧।
ଦଇବ ଦଣ୍ଡରେ କାତର ଦୁନିଆ
ଦକ ଦକ ହୃଦ ବିକଳେ ଛାନିଆ
ଦମ୍ଭ ଦର୍ପ ସବୁ ଦବିଲାଣି ପ୍ରଭୁ ଦଣ୍ଡକେ ଜୀବନ ନେବକି ।୨।
ଦୂଷଣ ଦମନ ପାଇଁ ହେ ଦୟିତ
ଦିବ୍ୟ ଦେହ ଥରେ ଦେଖାଅ ତ୍ବରିତ
ଦୁର୍ଦ୍ଦଶା ଦାରଣ କର ନାରାୟଣ ସୁଦର୍ଶନ ଦନ୍ତ ଲବ କି ।୩।
ଦୁଷ୍ଟ ଦ୍ବେଷୀ ଦଳ ଦଳନେ ଆପଣ
ଦେଖାଇଛ ଦକ୍ଷ କୀରତି ଦର୍ପଣ
ଦ୍ବିଜ ଲକ୍ଷ୍ମୀଧର ଶ୍ରୀପଦ କିଙ୍କର ଦୋଷ ନାଶି ପାଶେ ନେବକି ।୪।