Issue Date
8 Aug, 2020

Genres
ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ

ଯୋଡୁଛି କର ସଦଗୁରୁ ହୃଦୟେଶ୍ବର
ସ୍ମରିଶ୍ରୀ ପଦ୍ମ ପୟର ଜଣାଏ କୋଟି ଜୁହାର ।।୦।।
ଶିଷ୍ୟଭାବ ଅନୁସରି କାୟାସାଥେ ଛାୟା ପରି
ଥାଇ ସତତ ଆଶ୍ରିତ ଆରତ କର ସଂହାର ।।୧।।
ଅନ୍ତର୍ଯ୍ୟାମୀ ପରଂବ୍ରହ୍ମ ହୃଦେବହି ବିଶ୍ବପ୍ରେମ
ସତ୍ୟ ମାର୍ଗ ପ୍ରଦର୍ଶକ ତୁମ୍ଭେ ଧାତା ହରିହର ।।୨।।
ଜ୍ଞାନାଞ୍ଜନ କରିଦତ୍ତ ଅଜ୍ଞାନ ତମସା ହତ
ସମର୍ଥ ଶିଶୁ ଅନନ୍ତ ମାଟି ସାଆନ୍ତ ଠାକୁର ।।୩।।
କେଡେ କେଡେ ବିପଦରୁ ଉଦ୍ଧରିଛ କଳ୍ପତରୁ
ତାର ଅବା ମାର ଛାର ଲକ୍ଷ୍ମଣ ଶରଣ ତୋର ।।୪।।