Issue Date
6 Jun, 2020

Genres
ଚୋର ଜଗନ୍ନାଥ
ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ

ଧରାପଡିଛି ଆଜି କଠାଚୋର ଏଠାରେ
ଆସି ନୀଳଗିରି ଦରୀରେ ଲୁଚିଛି ଏତେଦିନେ ମହୋଦଧି ପଠାରେ (ଘୋଷା)
ବ୍ରଜେ ପରଯୁବତୀ ମେଳେ କୁଞ୍ଜେରସି ରାସକଲ୍ଲୋଳେ
ଯମୁନାରେ ସ୍ନାନ କାଳରେ ବସନ ଚୋରାଇ କରିଛ ହଟହଟାରେ l୧l
ଦଧିଦୁଗ୍ଧ ଲବଣୀ ସର ଚୋରି କରିବାରେ ଚତୁର
କେତେ ଗୋପୀଜଳ କଳସୀ ଭାଙ୍ଗିଛି ମାରିସେ ବାଟୁଳୀ ଲୁଚି ସେଠାରେ l୨l
ଜନ୍ମ ଜନ୍ମାନ୍ତର ପାତକ ହରିସର୍ବ ଗର୍ବ ମାତ୍ରକ
ଆପଣେ ପଣସ ଚୋରାଇଖାଇସେ ପରମୁଣ୍ଡରେ ବୋଳିଛି ଅଠାରେ l୩l
ଚୋରସଙ୍ଗେ ଭାଇଭଉଣୀ ଡୋରବାନ୍ଧି ନିଅନ୍ତି ଟାଣି
ଛେଚାକଚା ଦେଇ ଦାରୋଗା ଗାଡିରେ (ନେଇ)ରଖିବେ ଗୁଣ୍ଡିଚା ହାଜତଠାରେ l୪l
ନବଦିନେ ଯାମିନୀ ହେବ ନୀଳ କନ୍ଦରକୁ ଫେରିବ
ତପନ ଲକ୍ଷ୍ମଣ ଆଶା କରିଅଛି ତାର ଦରଖିଆ ପୋଡ ପିଠାରେ l୫l