Issue Date
31 Aug, 2020

Genres
ବାବାଜୀ ମଦନମୋହନ ଦାଶ

ଗୁରୁଦେବ ପରଂବ୍ରହ୍ମ ଯୋଗେଶ୍ଵର
ଅନନ୍ତ ସ୍ଵରୂପେ ଅନ୍ତରେ ରହିଛ
ନଜାଣନ୍ତି ମୁଢ଼ ନର (ଘୋଷା)
ପରମ ପୁରୁଷ ପରମ ପିଯୂଷ
ନାହିଁ ତୁମ ପରାପର,
ହୃଦେ ବହି ଭକ୍ତି ସେବୁଥିବି ନୀତି
ଶ୍ରୀକଞ୍ଜ ପୟର ତୋର ।୧।
ଅଳିହେବା ପାଇଁ ବଳି ଅଛି ମନ
ମୁଁ ସିନା ଚାତକ ତୁମେ ନବଘନ
ମୁଁ ହେଲେ ନଳିନୀ ତୁମେ ଦିନମଣି
ତୁମେ କ୍ଷୀର ମୁହିଁ ନୀର ।୨।
କଳିର କଳୁଷ ଦେଖିଲାଗେ ବିଷ
ତୋଷ ନୁହେଁ ମନ ମୋର
ପାଶେ ପାଶେ ରହି ଦେଖୁଥିବି ମୁହିଁ
ଶ୍ରୀରୂପ ମାଧୁରୀ ତୋର ।୩।
ଅସାର ସଂସାର ତୁମେ ଏକା ସାର
ଅଗତିର ଗତି ଦାତା ଗୁରୁବର
ଦେଇ ଦିବ୍ୟଜ୍ଞାନ ଫେଡ଼ ମୋ ଅଜ୍ଞାନ
କହେ ମଦନ ପାମର ।୪।