ପୁରୁଷୋତ୍ତମାଷ୍ଟକମ୍ (ପଣ୍ଡିତ କୁଳମଣି ମିଶ୍ରଶର୍ମା)

ଲେଖକ-  ଶ୍ରୀଯୁକ୍ତ ପଣ୍ଡିତ କୁଳମଣି ମିଶ୍ରଶର୍ମା
              ପ୍ରାକ୍ତନ ପ୍ରାଧ୍ୟାପକ
      ଶ୍ରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ
               ବିଦ୍ୟାପୀଠ, ପୁରୀ

                
ଟୀକାକାର: ଗାୟକ ପୁରାଣ ଭୂଷଣ
ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି, ପୁରୀ, ୭୫୨୧୦୪ 
ଯୋଗାଯୋଗ:- ୯୮୬୧୪୭୦୫୦୫
                    ୮୭୬୩୩୩୧୦୩୭

ଟୀକା ସଂଶୋଧକ:
ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା


ବାରା°ନିଧେର୍ଲୋଳତରଙ୍ଗରିଙ୍ଗଦ୍
ବିପ୍ରୁଟ୍ପବିତ୍ରାଖିଳଧୂଳିଜାଳେ ।
ତ୍ୱନ୍ନାମଧାମ୍ନ୍ୟାଧୃତନାରିକେଳେ
ତ୍ୱମାଦିଦେଵଃ ପୁରୁଷୋତ୍ତମୋଅସି  ।୧।

ଅର୍ଥ:
(ବାରା°ନିଧେଃ+ଲୋଳତରଙ୍ଗଃ+ ଇଙ୍ଗଦ୍=ସମୁଦ୍ରର, ଦୋଳାୟମାନ ଢେଉ, ସଙ୍କେତ ।। ବିପ୍ର+ଉଟ୍+ପବିତ୍ର+ଅଖିଳ ଧୂଳିଜାଳେ=ବ୍ରାହ୍ମଣ,ଆଶ୍ରମ ବା କୁଟୀର, ପବିତ୍ର, ଧୂଳିସମୂହର ।। ତ୍+ନାମ+ଧାମ୍ନି+ଆଧୃତ=ତୁମ, ନାମ, ଧାମ, ସଂଗୃହିତ  ।। ନାରୀକେଳେ=ନଡ଼ିଆରେ ।।  ତ୍ୱ°+ଆଦିଦେବ=ତୁମେ ପ୍ରଥମଦେବ ।। ପୁରୁଷୋତ୍ତମଃ+ଅସି=ପୁରୁଷୋତ୍ତମ ଅଟ ।।) ।।

ସଂପୂର୍ଣ୍ଣ ଅର୍ଥ:
ସମୁଦ୍ରର ଦୋଳାୟିତ ଢେ଼ଉ ସଙ୍କେତରେ ଧୂଳିସମୂହ ଦୂରହୋଇ ପବିତ୍ର ହୋଇଥିବା ବ୍ରାହ୍ମଣମାନଙ୍କ କୁଟୀର ଦ୍ୱାରଦେଶରେ ତୁମ ନାମ ଓ ଧାମରେ ସଂଗୃହିତ ନଡ଼ିଆଗୁଡ଼ିକ ରହିଥାଏ। ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।୧।

କଳ୍ପଦ୍ରୁମାଲିଙ୍ଗିତ କଣ୍ଠଦେଶେ
ସମର୍ଚ୍ଚନାବେଷ୍ଟିତସର୍ବଦେବେ ।
ନୀଳାଚଳେ କୃପ୍ତବିହାରଲୀଳ-
ସ୍ତ୍ବମାଦିଦେଵଃ ପୁରୁଷୋତ୍ତମୋଅସି  ।୨।

ଅର୍ଥ: 
(ସମ୍ (ଦିବ୍ୟ)+ଅର୍ଚ୍ଚିତ=ଦିବ୍ୟର୍ଚ୍ଚିତ ବା ଦିବ୍ୟ ପୂଜା ।। କୃପ୍ତ=କୃପାକରି ।।)।।

ସଂପୂର୍ଣ୍ଣ ଅର୍ଥ: 
ଯେଉଁଠାରେ କଳ୍ପଦ୍ରୁମକୁ କଣ୍ଠଦେଶେ ବା ସ୍କନ୍ଧରେ ଭକ୍ତମାନେ ଆଲିଙ୍ଗନ କରନ୍ତି । ଯେଉଁଠାରେ ଦିବ୍ୟପୂଜାରେ ସମସ୍ତ ଦେବତା ପରିବେଷ୍ଟିତ ହୁଅନ୍ତି। ଏପରି ନୀଳାଚଳ ଧାମରେ ତୁମେ କୃପା କରି ଲୀଳାବିହାର କରୁଛ,ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୨।।

ଚିରନ୍ତନେ ଗଙ୍ଗପତେ8ସୁକୀର୍ତ୍ତୌ
ରମ୍ଯେ ନଭଶ୍ଚୁମ୍ବିନି ଶିଳ୍ପସାରେ ।
ଏକସ୍ତ୍ରିମୂର୍ତ୍ତିର୍ବିଳସତ୍ ପତାକେ
ତ୍ୱମାଦିଦେଵଃ ପୁରୁଷୋତ୍ତମୋଅସି  ।୩।

ଅର୍ଥ: 
(ଚିରନ୍ତନ=ଚିରଦିନ ରହିବା ।।
ଶିଳ୍ପସାରେ=ମନ୍ଦିରେ ।। ଏକଃ+ତ୍ରିମୂର୍ତ୍ତି=ଏକ ତିନିମୂର୍ତ୍ତି ଅର୍ଥାତ୍ ଚତୁର୍ଦ୍ଧାମୂର୍ତ୍ତି ।।ବିଳସନ୍ତୀ ପତାକା ଯସ୍ମିନ୍ = ବିଳସତ୍ ପତାକମ୍ (ବହୁବ୍ରୀହିଃ) ।।
ବିଳସନ୍ତୀ ପତାକା ଯସ୍ମିନ୍ ତସ୍ମିନ୍=ବିଳସତ୍ ପତାକେ (ବହୁବ୍ରୀହିଃ) ।।

ସଂପୂର୍ଣ୍ଣ ଅର୍ଥ:
 ଗଙ୍ଗବଂଶୀ ନରପତିଙ୍କର ଚିରନ୍ତନ ଉଜ୍ଜ୍ଵଳ କୀର୍ତ୍ତିକୁ ବହନ କରୁଥିବା ପତାକା ସୁଶୋଭିତ ନଭଶ୍ଚୁମ୍ବୀ ସୁରମ୍ୟ ମନ୍ଦିରରେ ତୁମେ ଚତୁର୍ଦ୍ଧାମୂର୍ତ୍ତି ରୂପେ ବିରାଜିତ।  ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୩।।

ଇନ୍ଦ୍ରସ୍ୟଦ୍ୟୁମ୍ନ°କିଳ ଯସ୍ୟ ଚାସୀଦ୍
ଯଜ୍ଞୈଶ୍ଚ ଦାନୈଶ୍ଚ ତପସ୍ୟୟା ଚ।
ତସ୍ମିନ୍ ପ୍ରସଦ୍ୟାଦୃତଦାରୁମୂର୍ତ୍ତି-
ସ୍ତ୍ବମାଦିଦେଵଃ ପୁରୁଷୋତ୍ତମୋଅସି  ।୪। 

ଅର୍ଥ:
 (ଇନ୍ଦ୍ରସ୍ୟ ଦ୍ୟୁମ୍ନ=ଇନ୍ଦ୍ରଦ୍ୟୁମ୍ନ ।।
କିଳ=ନିଶ୍ଚିତ, ନିସନ୍ଦେହ  ।।ଯସ୍ୟ(ଯାହାର)+ଚ+ଆସୀତ୍ (ଥିଲେ)   ।।ପ୍ରସଦ୍ୟା+ଆଦୃତ= ପ୍ରସନ୍ନହୋଇ ଆଦରି ।।)।।

ସଂପୂର୍ଣ୍ଣ ଅର୍ଥ: 
 ଇନ୍ଦ୍ରଦ୍ୟୁମ୍ନ ନାମକ ରାଜା ଥିଲେ, ଯାହାଙ୍କର ଯଜ୍ଞ ଦାନ ଓ ତପସ୍ୟାରେ ପ୍ରସନ୍ନ ହୋଇ ତୁମେ ଦାରୁ ବିଗ୍ରହକୁ ଆଦରରେ ଗ୍ରହଣ କରିଛ,ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୪।।

ଭୂଷାବିଶେଷୈର୍ବିକସଦ୍ବିଳାସୈ-
ର୍ବେଶୈଶ୍ଚ ସର୍ବାଦରଦର୍ଶନୀୟୈଃ।
ଯାତ୍ରାଭିରାଦିତ୍ୟମିତାଭିରିଡ୍ଯ-
ସ୍ତ୍ବମାଦିଦେଵଃ ପୁରୁଷୋତ୍ତମୋଅସି ।୫। 

ଅର୍ଥ: 
(ବିକସତ୍=ପ୍ରକାଶିତ ।।ଆଦିତ୍ୟ= ଦେବତା ।। ମିତ=ମର୍ଯ୍ୟାଦିତ ।।

ସଂପୂର୍ଣ୍ଣ ଅର୍ଥ:  
ସମସ୍ତଙ୍କର ଆଦର ଓ ଦର୍ଶନୀୟ ଅଳଙ୍କାର ମାନଙ୍କରେ ସୁସଜ୍ଜିତ ବେଶରେ ତୁମେ ଯାତ୍ରାମାନଙ୍କରେ ଦେବତା ମାନଙ୍କଦ୍ୱାରା ମର୍ଯ୍ୟାଦା (ସମ୍ମାନ) ସହିତ ପୂଜ୍ୟ ହୋଇଥାଅ ବା ଦେବତା ମାନଙ୍କଦ୍ୱାରା ମର୍ଯ୍ୟାଦିତ ଯାତ୍ରାମାନଙ୍କରେ ପୂଜ୍ୟ ଅଟନ୍ତି,ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୫।।


ଅନ୍ନୈଃସବର୍ଣ୍ଣୈରପିଲବ୍ଧବର୍ଣ୍ଣୈଃ
ନାଡୀବଟୀ ପିଷ୍ଟକଭୃଷ୍ଟଚୂର୍ଣ୍ଣୈଃ।
ଷଡଭୁକ୍ତଭାଙ୍ ନିତ୍ୟମନନ୍ତନୀତି-
ସ୍ତ୍ବମାଦିଦେଵଃ ପୁରୁଷୋତ୍ତମୋଅସି ।୬।

ଅର୍ଥ:-
(ଲବ୍ଧବର୍ଣ୍ଣ=ବ୍ରାହ୍ମଣ ।। ନାଡୀବଟୀ=ନାଡିବଡ଼ି ।। ଭୃଷ୍ଟଚୂର୍ଣ୍ଣ= ଚାଉଳଚୂନା-ବିରିଚୂନା-ଗହମଚୂନା ।। ।।ପିଷ୍ଟକ=ପିଠା ।।)।।

ସଂପୂର୍ଣ୍ଣ ଅର୍ଥ:-
 ବ୍ରାହ୍ମଣ ଓ ସବର୍ଣ୍ଣଙ୍କଦ୍ବାରା ନାଡିବଡ଼ି ଭୃଷ୍ଟଚୂର୍ଣ୍ଣପିଠା ଇତ୍ୟାଦିରେ ତୁମେ ଷଡରସ ଭୋଜନ କରିଥାଅ, ସେଥିପାଇଁ ପ୍ରତିଦିନ ତୁମର ଅଶେଷନୀତି, ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୬।।

ବିପ୍ରୋଦିବାକୀର୍ତ୍ତିରଭିନ୍ନକୀର୍ତ୍ତି-
ର୍ଯଦ୍ଦର୍ଶନେ ପ୍ରାପଣଭୋଜନେ ବା।
କାର୍ଯୈଃ ସ ସନ୍ଦର୍ଶିତସାମ୍ୟନୀତି-
ସ୍ତ୍ବମାଦିଦେଵଃ ପୁରୁଷୋତ୍ତମୋଅସି ।୭।

ଅର୍ଥ:
(ବିପ୍ର=ନୈଷ୍ଠିକ ଦୀକ୍ଷାପ୍ରାପ୍ତ ବ୍ରାହ୍ମଣ ।। ଦିବାକୀର୍ତ୍ତି=ଚାଣ୍ଡାଳ ।।ପ୍ରାପଣ=ପ୍ରାପ୍ତି ।। )।।

ସମ୍ପୂର୍ଣ୍ଣ ଅର୍ଥ: 
ଯାହାର (ମହାପ୍ରସାଦର) ଦର୍ଶନରେ, ପ୍ରାପ୍ତିରେ, ଭୋଜନରେ ଓ ବିଭିନ୍ନ କାର୍ଯ୍ୟରେ ବ୍ରାହ୍ମଣ ଓ ଚାଣ୍ଡାଳ ଅଭିନ୍ନ(ଏକ), ଏହି ସାମ୍ୟନୀତିର କୀର୍ତ୍ତି ସନ୍ଦର୍ଶିତ, ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୭।।


ତ୍ୱୟି ପ୍ରସନ୍ନେ{ଖିଳସୌଖ୍ୟଲାଭ-
ସ୍ତ୍ବଯ୍ୟପ୍ରସନ୍ନେ{ଖିଳ ସୌଖ୍ୟନାଶଃ।
ଶିଷ୍ଟା°ଶ୍ଚ ଦୁଷ୍ଟା°ଶ୍ଚ ଦୟସ୍ଵ ସର୍ବା°
ସ୍ତ୍ଵମାଦିଦେଵଃ ପୁରୁଷୋତ୍ତମୋଅସି ।୮।

ଅର୍ଥ: 
(ପ୍ରସନ୍ନେ+ଅଖିଳ+ସୌଖ୍ୟଲାଭଃ+ ତ୍ଵୟି+ଅପ୍ରସନ୍ନେ+ଅଖିଳ+ ସୌଖ୍ୟନାଶଃ  ।। ) ।।

ସଂପୂର୍ଣ୍ଣ ଅର୍ଥ: 
ତୁମ ପ୍ରସନ୍ନରେ ସମସ୍ତସୁଖଲାଭ ଓ ଅପ୍ରସନ୍ନରେ ସମସ୍ତସୁଖନାଶ ହୁଏ। ତୁମେ ଶିଷ୍ଟ ଓ ଦୁଷ୍ଟ ସମସ୍ତଙ୍କୁ ଦୟା କରିଥାଅ । ତୁମେ ସେହି ଆଦିଦେବ ପୁରୁଷୋତ୍ତମ ଅଟ ।।୮।।