ନାୟକ ଭାବନା (ରମାକାନ୍ତ ମିଶ୍ର)

କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା

Ramakanta Mishra


ନବବାଳୀକି,
 ଦେଖି, ଲାଗିଗଲା, ପ୍ରୀତି ଭେଳିକି ।।୦।।

ଚରମେ ଚାରୁଚିକୁର,
            ପଡ଼ିଥିଲା ଲୋଟି ।
ଉରରେ ଯୁଗଳ ଶମ୍ଭୁ,
                 ରହିଥିଲେ ଫୁଟି ।।୧।।

ରସବତୀ ରସନା, 
             କଟିରେ କିଣିକିଣି ।
ନିକ୍ଵଣି ଯା ଯୋଗୀମନ,
              ନେଉଥିଲା କିଣି  ।।୨।।

ବିମ୍ବାଧର ଚୁମ୍ବିବାକୁ,
             ନାସା ଶୁକପକ୍ଷୀ ।
ଭ୍ରୁଲତା ଲତାରୁ କିବା,
             ରହିଥିଲା ଲକ୍ଷି  ।।୩।।

ବାଳା କଳାବତୀ କେଳି,
             ପ୍ରବୀଣା ଚତୁରୀ ।
ରମାକାନ୍ତ ଧୈର୍ଯ୍ୟଦ୍ରୁମ,
            ଦେଲା ଯା କତୁରି ।।୪।।