ମନଶିକ୍ଷା (ରମାକାନ୍ତ ମିଶ୍ର)

ଆଦ୍ୟ ଅକ୍ଷର"ବ"ନିୟମେ
'ସଜନୀରେ ଶୁଭିଲାଣି ଖୋଳ କୀର୍ତ୍ତନ' ଵୃତ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା

ବିଶ୍ଵପତି ପଦକଞ୍ଜ, ଭଜ ମନୁଆଁ
ବିଷୟାରେ ପଡିହେଉ
                      ଛନ ଛନିଆଁ  ।।୦।।

ବିକର୍ତ୍ତନସୁତ ଦିନେ,
          ବାନ୍ଧିନେବ ତା ସଦନେ ।
ବିବିଧ ଯାତନା ଦେବ,
              ହେବୁ ଛାନିଆଁ    ।।୧।।

ବିଲୋକି ସୁତ ସମ୍ପଦ,
       ବହୁଅଛୁ ମନେ ମଦ ।
ବିମ୍ବାଧରୀ ନାରୀ ରୂପ,
          ଜଳନ୍ତା ନିଆଁ      ।।୨।।

ବିଷକୁ ମଣି ପୀୟୂଷ,
         ଲେଶକୁ ମଣି ବିଶେଷ ।
ବିବେକ ହୁଡ଼ି ହେଉଛୁ,
             ଅଭିମାନିଆଁ     ।।୩।।

ବିଭାବନା କରହରି,
       ସଂସାରୁ କରିବେ ପାରି ।
ବିରଚଇ ପଦ ରମା,
           ହିନିମାନିଆଁ    ।।୪।।

କେତେକ ଶବ୍ଦର ଅର୍ଥ:
ବିକର୍ତ୍ତନସୁତ=ସୂର୍ଯ୍ୟପୁତ୍ର "ଯମ" ।।
ପୀୟୂଷ=ଅମୃତ ।। ଲେଶ=ଅଳ୍ପ ।।