ଜଗଦୀଶ୍ବର-ଷଟପଦୀ (କୁଳମଣି ମିଶ୍ରଶର୍ମା)

ଲେଖକ- ପଣ୍ଡିତ ଶ୍ରୀଯୁକ୍ତ କୁଳମଣି ମିଶ୍ରଶର୍ମା, 
       
    ପ୍ରାକ୍ତନ ପ୍ରାଧ୍ୟାପକ, 
           ଶ୍ରୀ ସଦାଶିଵ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାପୀଠ,ପୁରୀ
ଟିକାକାର- ଗାୟକ ପୁରାଣ ଭୂଷଣ ଶରତ ଚନ୍ଦ୍ର ଦାଶ
ଟୀକା ସଂଶୋଧକ: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା

        

ନବୀନ-ଘନସୁନ୍ଦରେ 
        ସରସ ହାସ୍ୟ ଲାସ୍ୟା ଧରେ
ପ୍ରତପ୍ତପୁରଟାମ୍ବର- 
         ପ୍ରକଟ ବିଦ୍ୟୁଦାଡ଼ମ୍ବରେ ।

ସୁରଦ୍ରୁମ ସମୀପଗେ 
             ହରବିରିଞ୍ଚିଶକ୍ର ସ୍ତୁତେ 
ସମସ୍ତ ଜଗଦୀଶ୍ବରେ 
    ଭବତୁ ମେ ମତିଃ ସନ୍ତତମ୍ ।।୧।।

ଅର୍ଥ:
(ଲାସ୍ୟମ୍=ଗାଇବାବଜାଇବାରେ ନୃତ୍ୟ  ।। ଅଧରେ=ଓଷ୍ଠରେ    ।। ପ୍ରତପ୍ତପୁରଟାମ୍ବର=ଦଗ୍ଧସୁବର୍ଣ୍ଣ ଭଳି ପାଟବସ୍ତ୍ର  ।। ବିଦ୍ୟୁତ୍= ବିଜୁଳି ।।  ଆଡମ୍ବର=ଛଟା  ।। ସୁରଦ୍ରୁମ= କଳ୍ପବୃକ୍ଷ ।। ହର=ଶିବ ।।ବିରିଞ୍ଚି= ବ୍ରହ୍ମା ।। ଶକ୍ର=ଇନ୍ଦ୍ର ।।)  

ସଂପୂର୍ଣ୍ଣ ଅର୍ଥ: 
ଯେ ନୂଆମେଘ ଭଳି ସୁନ୍ଦର, ଯାହାର ଅଧରରେ ସରସହାସ୍ୟ ଲାସ୍ୟକରେ, ଦଗ୍ଧ ସୁବର୍ଣ୍ଣ ଭଳି ପାଟବସ୍ତ୍ର ବିଜୁଳି ଛଟା ପ୍ରକଟିତ କରେ । ଯେ କଳ୍ପବୃକ୍ଷ  ନିକଟରେ ବିଦ୍ୟମାନ । ଶିବ, ବ୍ରହ୍ମା, ଇନ୍ଦ୍ର ଯାହାଙ୍କର ସ୍ତୁତି କରନ୍ତି । ସେହି ସମସ୍ତ ଜଗତର ଈଶ୍ବରଙ୍କଠାରେ ମୋ ମନ ସର୍ବଦା ରହୁ ।।୧।।


ପ୍ରସାରିତ ଭୁଜଦ୍ଵୟେ    
             ସହଜଭଦ୍ରଭଦ୍ରାନ୍ଵିତେ
ନିରନ୍ତର ବସୁନ୍ଧରା-       
         ସରସିଜାସନାସଙ୍ଗତେ ।
ସୁଦର୍ଶନସମୀପଗେ         
           ପତିତପାବନୈକବ୍ରତେ
ସମସ୍ତଜଗଦୀଶ୍ବରେ 
    ଭବତୁ ମେ ମତିଃ ସନ୍ତତମ୍ ।।୨।।

ଅର୍ଥ:
(ସହଜ=ସହଜାତ ବା ସହିତଜାତ ଅର୍ଥାତ୍ ନିଜଭାଇ ।। ଭଦ୍ର=ବଳଭଦ୍ର ।। ଭଦ୍ରା=ସୁଭଦ୍ରା ।।ଅନ୍ଵିତେ=ସଂଯୁତ ।। ନିରନ୍ତର= ସର୍ବଦା ।। ବସୁନ୍ଧରା =ଭୂଦେବୀ ।। ସରସିଜାସନା= ଶ୍ରୀଦେବୀ  ।। )

ସଂପୂର୍ଣ୍ଣ ଅର୍ଥ: 
ଯାହାର ଭୁଜଦ୍ଵୟ ପ୍ରସାରିତ, ଯେ ନିଜ ଭାଇ ବଳଭଦ୍ର ଓ ସୁଭଦ୍ରାସଂଯୁତ, ସର୍ବଦା ଭୂଦେବୀ ଶ୍ରୀଦେବୀ ସହିତ ମିଶି ରହିଥାନ୍ତି, ଯାହାଙ୍କର ସମୀପରେ ସୁଦର୍ଶନ, ପତିତମାନଙ୍କୁ ପାବନ କରିବା ଯାହାର ଏକମାତ୍ର ବ୍ରତ, ସେହି ସମସ୍ତ ଜଗତର ଈଶ୍ବରଙ୍କଠାରେ ମୋ ମନ ସର୍ବଦା ରହୁ ।।୨।।

ଜଗତ୍ତ୍ରୟମନୋହରେ        
         ବିବିଧବେଶଶୋଭାକରେ
ସୁବୃତ୍ତସରସୀରୁହା-
          ମଳଶଶିନର୍ଚକ୍ଷୁର୍ଧରେ ।
ବିଲିପ୍ତହରିଚନ୍ଦନେ     
           ବହଳ-ଚନ୍ଦ୍ରଚୂର୍ଣ୍ଣାବୃତେ
ସମସ୍ତଜଗଦୀଶ୍ବରେ 
   ଭବତୁ ମେ ମତିଃ ସନ୍ତତମ୍ ।।୩।।

ଅର୍ଥ:
 (ଜଗତ୍ତ୍ରୟ =ତ୍ରିପୁର ଅର୍ଥାତ୍ ସ୍ବର୍ଗ ମର୍ତ୍ତ୍ୟ ପାତାଳ  ।।ବିବିଧବେଶ= ବିଭିନ୍ନବେଶ ।। ଶୋଭାକରେ= (ଶୋଭାଆକରେ ବା ଶୋଭାର ଖଣିରେ) ସୁନ୍ଦର  ।। ସୁବୃତ୍ତ=ଗୋଲାକାର ବା ଚକା ।। ସରସୀରୁହାମଳଶଶିନଃ= ସରସୀରୁହ(ପଦ୍ମ) + ଅମଳଶଶିନଃ (ନିର୍ମଳ ଚନ୍ଦ୍ର)।।ଚନ୍ଦ୍ରଚୂର୍ଣ୍ଣ=କର୍ପୂର ।।                              

ସଂପୂର୍ଣ୍ଣ ଅର୍ଥ: 
ଯେ ତ୍ରିପୁର ମନୋହର, ଯେ ବିଭିନ୍ନ ବେଶରେ ସୁନ୍ଦର, ଯାହାଙ୍କର ପଦ୍ମନେତ୍ର କଳଙ୍କହୀନ ଚନ୍ଦ୍ରପରି ନିର୍ମଳ ଓ ସୁବୃତ୍ତ, ଯାହାଙ୍କର ଶରୀରରେ କର୍ପୂର ଓ ହରିଚନ୍ଦନ ବହଳ ଭାବେ ବିଲେପିତ, ସେହି ସମସ୍ତ ଜଗତର ଈଶ୍ବରଙ୍କଠାରେ ମୋ ମନ  ସର୍ବଦା  ରହୁ ।।୩।।

ଜନାବଳିହୃଦନ୍ତରେ 
          ନିଭୃତମନ୍ଦିରେ ସୁସ୍ଥିତେ
ବିଲୋଳ ସୁମମାଳିକା 
        ବିଲସଦଂସ ଶୋଭାଯୁତେ
ହଳାୟୁଧରଥାନୁଗେ    
        ପ୍ରଣତିମାତ୍ରେଲଭ୍ୟାମୃତେ
ସମସ୍ତଜଗଦୀଶ୍ବରେ 
   ଭବତୁ ମେ ମତିଃ ସନ୍ତତମ୍ ।।୪।।

ଅର୍ଥ: 
(ଜନାବଳି=ଜନସମୂହ।।ଅଂସ=କାନ୍ଧ ।। ବିଲୋଳ=ଦୋଳାୟମାନ  ।।ସୁମମାଳିକା=ଫୁଲମାଳ,ଦିବ୍ୟମାଳ।।ବିଳସତ୍= ପ୍ରକାଶମାନ ।।ହଳାୟୁଧ= ବଳଭଦ୍ର ।। ରଥାନୁଗେ = ରଥ+ ଅନୁଗେ (ଅନୁଗମନ କରିବା)  ଅର୍ଥାତ୍ ରଥର ଅନୁଗମନ କରିବା ।।


ସଂପୂର୍ଣ୍ଣ ଅର୍ଥ:  
ଯିଏ ଜନମାନଙ୍କ ଅନ୍ତର ସ୍ଥିତ ନିଭୃତମନ୍ଦିରରେ ବାସ କରନ୍ତି, ଯାହାର  କାନ୍ଧ ଦୋଳାୟିତ ଦିବ୍ୟମାଳାରେ ସୁନ୍ଦର ଓ ବଳଭଦ୍ରଙ୍କ ରଥର ଯିଏ ଅନୁଗମନ କରନ୍ତି, ଯାହାଙ୍କର ପ୍ରଣତିମାତ୍ରେ ଅମୃତ ଫଳ ଲାଭହୁଏ, ସେହି ସମସ୍ତ ଜଗତର ଈଶ୍ବରଙ୍କଠାରେ  ମୋ ମନ ସର୍ବଦା ରହୁ ।।୪।।

ଅନେକଜନିସଞ୍ଚିତା-
         ଘତତିଦାହସତ୍ପାବକେ
ଭବାବ୍ଧି ଦୃଢନାବିକେ   
        ସକଳଦୁଃଖବିଧ୍ବଂସକେ।
ନିରନ୍ତରଦୟାମୟେ   
          ନିଖିଳଦୁଃଖପକ୍ଷାଶ୍ରୟେ
ସମସ୍ତଜଗଦୀଶ୍ବରେ 
     ଭବତୁ ମେ ମତିଃ ସନ୍ତତମ୍ ।।୫।।

ଅର୍ଥ:
(ଅନେକଜନି=ଅନେକଜନ୍ମ ।। ସଞ୍ଚିତ+ଅଘ+ତତି=ସଞ୍ଚିତାଘତତି ଅର୍ଥାତ୍ ସଞ୍ଚିତ ପାପ ସମୂହ ।। 
ସତ୍ ପାବକେ=ଦିବ୍ୟଅଗ୍ନି  ।। ଭବାବ୍ଧି= ସଂସାରସାଗର  ।। ଦୃଢ଼ନାବିକେ=ଶକ୍ତନାଉରିଆ ।। ନିରନ୍ତର=ସର୍ବଦା।। ନିଖିଳ=ସମସ୍ତ ।। ) 

ସଂପୂର୍ଣ୍ଣ ଅର୍ଥ:
 ଅନେକ ଜନ୍ମ ସଞ୍ଚିତ ପାପ ସମୂହ ଦଗ୍ଧ କରିବାରେ ଯିଏ  ଦିବ୍ୟ ଅଗ୍ନି,  ସଂସାରସାଗର ତାରଣର ଯେ ଶକ୍ତ ନାଉରିଆ, ସକଳ ଦୁଃଖର ବିଧ୍ୱଂସକ, ସର୍ବଦା ଦୟାମୟ, ଯେ  ସମସ୍ତ ଦୁଃଖୀଙ୍କର ଆଶ୍ରୟ, ସେହି ସମସ୍ତଜଗତର ଈଶ୍ୱରଙ୍କଠାରେ ମୋ ମନ ସର୍ବଦା ରହୁ ।।୫।।

ଅଶୁକ୍ଳଗିରିକନ୍ଦରେ 
         ମହତି ମନ୍ଦିରେ ରାଜିତେ
ସ୍ୱନାମପରିକର୍ଷଣା-
      ହୃତଜନାଘକୃଷ୍ଣ।ୟିତେ।
ସୁରାରିତତି ଘାତକେ
         ନିରତଧର୍ମରକ୍ଷାରତେ
ସମସ୍ତଜଗଦୀଶ୍ୱରେ 
   ଭବତୁ ମେ ମତିଃ ସନ୍ତତମ୍ ।।୬।।

ଅର୍ଥ: 
(ଅଶୁକ୍ଳ-କଳା,ଗିରିକନ୍ଦରେ ଅର୍ଥାତ୍ ନୀଳଗିରିକନ୍ଦରରେ ।।ମହତି= ବିଶାଳ ।। ମନ୍ଦିରେ= ମନ୍ଦିରରେ ।। କୃଷ୍ଣାୟିତେ=ମଳିନ କରିଦିଅନ୍ତି ।। ନିରତ=ସର୍ବଦା ।।) ।।


ସଂପୂର୍ଣ୍ଣ ଅର୍ଥ: 
ନୀଳଗିରିକନ୍ଦରରେ ବିଶାଳମନ୍ଦିରରେ ଯେ ବିରାଜିତ,ନିଜନାମରେ ଆକୃଷ୍ଟ ଜନଙ୍କର ପାପକୁ ଯେ  ମଳିନ କରିଦିଅନ୍ତି,ଯେ ଅସୁରମାନଙ୍କ ଘାତକ ଓ  ସର୍ବଦା ଧର୍ମରକ୍ଷାରେ ରତ, ସେ ସମସ୍ତ ଜଗତର ଈଶ୍ୱରଙ୍କଠାରେ ମୋ ମନ ସର୍ବଦା ରହୁ ।।୬।।