ଭାଗବତ ବନ୍ଦନା (ଶରତ ଚନ୍ଦ୍ର ଦାଶ)

କବି: ଗାୟକ ପୁରାଣଭୂଷଣ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି, ପୁରୀ, ୭୫୨୧୦୪
ଯୋଗାଯୋଗ= ୯୮୬୧୪୭୦୫୦୫
                   ୮୭୬୩୩୩୧୦୩୭
ଲେଖାର ସମୟ- ୨୭/୦୮/୧୯୮୭

Sarat Dash

ଭାବେପଢ଼ ଭାଗବତକୁ,
          ଭବସାଗରର ମୂଳପୋତକୁ ।   
  ଭୁବନ ମୋହନ-   ମାୟା ବିନାଶନ
   ଭଙ୍ଗୀରେ ଦେଖିବୁ ପଦ୍ମନେତ୍ରକୁ  ।।୦।।

ଭାଇବନ୍ଧୁ କୁଟୁମ୍ବ ନେଇ,
          ଭାବେ ପଡି ହୋଇଛୁ ବାଇ ।
ଭାଗବତେ ଚିତ୍ତ    ନଦେଉ ଉନ୍ମତ୍ତ
  ଭୟ ରହିଯିବ ବୈବସ୍ଵତକୁ    ।।୧।।

ଭାନୁଜ ପାଶରୁ ମୁକତି-,
          ଲଭି ଉଦ୍ଧରିବୁ ଝଟତି ।
ଭକତି ଭାବରେ    ଭଜ ତୁହି ଥରେ
     ଭାଗବତତତ୍ତ୍ଵ ମୂଳବିତ୍ତକୁ।।୨।।
ଭାଗବତ ଗୀତାର ମୂଲ୍ୟ,
       ସର୍ବତ୍ର ଅଟଇ ଅତୁଲ୍ୟ ।
ଭାବ ତା ଜଟିଳ କରିଛି ଯେ କଳ  
  ଭଲେ ସେ ଜାଣିଛି ତାର ତତ୍ତ୍ଵକୁ  ।।୩।।

ଭାଙ୍ଗିଯିବ ଯେତେ କଳୁଷ,
         ଲଭି ଭଗବତ ଆଶିଷ ।
ଭରସା ବଢ଼ାଇ   ଶରତ କହଇ
ଭାଗବତ ପାଠେ ରଖ ଚିତ୍ତକୁ  ।।୪।।