ବିଭୁପଦ ବନ୍ଦନା (ଶରତ ଚନ୍ଦ୍ର ଦାଶ)

"ଶ୍ରୀଶରତ"ନିଜ ନାମାକ୍ଷର ଆଦ୍ୟକ୍ଷର ନିୟମେ
କବି: ଗାୟକ ପୁରାଣ ଭୂଷଣ ଶରତ ଚନ୍ଦ୍ର ଦାଶ
ରଇଁଶୋଲ, ପିପିଲି, ପୁରୀ, ୭୫୨୧୦୪
ଯୋଗାଯୋଗ=  ୯୮୬୧୪୭୦୫୦୫
                    ୮୭୬୩୩୩୧୦୩୭
ଲେଖା ସମୟ= ୨୫/୧୨/୧୯୮୬

Sarat Dash

ଶ୍ରୀକାନ୍ତ ରହିବି ତୋର,
          ପାଶରେ ହୋଇ କିଙ୍କର ।
ଶ୍ରୀପଦ ସେବିବି ସଦା,
       ଏ ଭାଗ୍ୟ ହୋଇବ କାର   ।।୦।।

ଶୁଦ୍ଧ ସୁଧାମୟ ପଦ,
         ସେବା ଇଛା ହେଉ ରଦ ।
ଶମ୍ଭୁ ସ୍ରଷ୍ଟା ସୁରନାଥ,
      ଅଧୀରେ ଚିତ୍ତେ ବିକାର   ।।୧।।

ରମଣୀୟ ଶ୍ରୀଚରଣେ
         ଗଙ୍ଗାମାତା ନଖକୋଣେ 
ରହିବାରୁ ପୂତଦେହା
         ଅପରେ କରେ ନିସ୍ତାର।।୨।।

ତପନ ପତ୍ନୀ ନୀରଜ,
          ତାନାମ ସଙ୍ଗରୁ ଓଜ ।
ତହିଁ ଭ୍ରମି ଜ୍ୟୋତିଶ୍ଚକ୍ର,
        ରଖନ୍ତି ସମେ ସଂସାର  ।।୩।।

ଶ୍ରୀଶରତ ଆଦ୍ୟେରଖି 
          ଗୀତେ ସ୍ତବ କରେ ଲେଖି ।
ଶ୍ରୀଧର ଶ୍ରୀ ବରଷିବ,
          ତାରିବ ଜୀବନାଧାର !  ।।୪।।

କେତେକ ଶବ୍ଦର ଅର୍ଥ :
କିଙ୍କର=ଚାକର, ସେବକ ।।
ଶୁଦ୍ଧ=ଅତିପବିତ୍ର, ନିର୍ମଳ, ସ୍ଵଚ୍ଛ ।।
ସୁଧାମୟ=ଅମୃତମୟ ।।
ବିକାର=ଅସ୍ବାଭାବିକ ଗୁଣ ।।
ଓଜ=ଓଜନ, ତେଜ,ଦୀପ୍ତି, ଗାମ୍ଭୀର୍ଯ୍ୟ। ଶ୍ରୀ=ସୌଭାଗ୍ୟ ।।
ଜୀବନାଧାର != ଜୀବନର ଆଧାର ସ୍ଵୟଂ ଭଗବାନ ।।