1D Bishwanath Pattajoshi

Locality (City/Village)
Ramabila
District
State
Country
India
Member Type
Pala Gayak

ଗାୟକ ସମ୍ରାଟ୍‌
ବିଶ୍ଵନାଥ ପଟ୍ଟଯୋଷୀ
ପାଲା ଜଗତର ସମୁଜ୍ଜ୍ୱଳ ପ୍ରତିଭା ଗାୟକ ସମ୍ରାଟ୍ ବିଶ୍ଵନାଥ ପଟ୍ଟଯୋଷୀ । ଅସାଧାରଣା ପ୍ରଜ୍ଞା, ପ୍ରଚଣ୍ଡ ପ୍ରତିଭା, ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ସେ ଥିଲେ ଧୂରୀଣ । ବର୍ତ୍ତମାନର ନୟାଗଡ ଜିଲ୍ଲା ରମାବିଲ ଗ୍ରାମରେ ୧୯୦୮ ମସିହା ଡିସେମ୍ବର ୨୦ ତାରିଖ ବକୁଳ ଅମାବାସ୍ୟା ଦିନ ସେ ଜନ୍ମଗ୍ରହଣ କରିଥିଲେ । ବାପା ରାଘବ ଦାଶ ଏବଂ ମାଆ ବାଉରୀ ଦେବୀ । ଚାଟଶାଳୀରେ ମାତ୍ର ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢିବା ପରେ ପାଲା ଗାଇବାକୁ ଇଛା କଲେ । ମାତ୍ର ୧୩ ବର୍ଷ ବୟସରେ ବିଶ୍ଵନାଥ ପାଲା ଗାଇବା ଆରମ୍ଭ କଲେ । ସେହି ବର୍ଷ ସେ ପୁରୀରେ ପ୍ରଥମ ବାଦୀପାଲା ମଧ୍ୟ ଗାଇଥିଲେ ।
୧୯୩୦ ମସିହାରେ ବିଶ୍ଵନାଥ ପଟ୍ଟଯୋଷୀ ପୁରୀ ଜିଲ୍ଲା ରଣପୁର ରାଜବାଟୀରେ ବାଦୀପାଲା ଗାଇଥିଲେ । ସେଠାରେ ତାଙ୍କ ବିପକ୍ଷରେ ଥିଲେ ଗାୟକ ରତ୍ନ ଲୋକନାଥ କର । ଏହି ପାଲାରେ ମୁଗ୍ଧ ହୋଇ ରଣପୁର ରାଜା ତାଙ୍କୁ ପଟ୍ଟଯୋଷୀ ଉପାଧି ପ୍ରଦାନ କରିଥିଲେ । ଏହାପରଠାରୁ ବିଶ୍ୱନାଥଙ୍କର ଦାଶ ସାଙ୍ଗିଆ ବଦଳି ହୋଇଯାଇଥିଲା ପଟ୍ଟଯୋଷୀ । 
୧୯୫୫ ମସିହାରେ ବିଶ୍ଵନାଥ ଉତ୍କଳ ବିଶ୍ଵବିଦ୍ୟାଳୟରେ ବାଦୀପାଲା ପରିବେଷଣ କରିଥିଲେ । ତତ୍କାଳୀନ ରାଜ୍ୟପାଳ ଜନାବ ଆସଫ ଅଲ୍ଲି, ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ଶିକ୍ଷାମନ୍ତ୍ରୀ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କ ସହ ସାହିତ୍ୟିକ ବିଚ୍ଛନ୍ଦ ଚରଣ ପଟ୍ଟନାୟକ, କାଳୀଚରଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପାଲାକୁ ଉପଭୋଗ କରିଥିଲେ । ସେତେବେଳେ ବିଦଗ୍ଧ କଳା ପାଲା ପ୍ରମୁଖ ମନୋରଞ୍ଜନ ତଥା ସାହିତ୍ୟ ଆସର ଥିଲା । ସେ ସମୟର ବହୁ ସାହିତ୍ୟିକ ଏବଂ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ପାଲା ଦେଖିବାକୁ ଉପସ୍ଥିତ ଥିଲେ । ଏଠାରେ ବିଶ୍ଵନାଥଙ୍କ ଉଚ୍ଚକୋଟୀର ପାଲାରେ ମୁଗ୍ଧ ହୋଇ ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଗାୟକ ସମ୍ରାଟ୍ ଉପାଧି ପ୍ରଦାନ କରାଯାଇଥିଲା । 
ଦୀର୍ଘ ବର୍ଷ ଧରି ବିଶ୍ଵନାଥ ରାଜ୍ୟର କୋଣଅନୁକୋଣରେ ପାଲା ପରିବେଷଣ କରିଥିଲେ । ପାଲାକୁ ଉଭୟ ସାଧାରଣ ଜନତା ଏବଂ ବୁଦ୍ଧିଜୀବୀଙ୍କ ପାଖରେ ଆଦୃତ କରାଇବାରେ ତାଙ୍କର ଥିଲା ପ୍ରମୁଖ ଭୂମିକା । ଜଣେ ଶ୍ରେଷ୍ଠ ଗୁରୁ ଭାବରେ ମଧ୍ୟ ସେ ବହୁ ସୁଯୋଗ୍ୟ ଛାତ୍ର ସୃଷ୍ଟି କରିଛନ୍ତି । ପ୍ରଖ୍ୟାତ ଗାୟକ କାଳିନ୍ଦୀ ପାତ୍ର, ଅଭୟ ଚରଣ ସ୍ୱାଇଁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ହେଉଛନ୍ତି ବିଶ୍ଵନାଥ ପଟ୍ଟଯୋଷୀଙ୍କର ଜଣେ ଜଣେ ସୁଯୋଗ୍ୟ ଛାତ୍ର । 
ବିଶ୍ଵନାଥ ଥିଲେ ଆଦର୍ଶବାଦୀ ବ୍ୟକ୍ତିତ୍ୱର ଅଧିକାରୀ । ସ୍ୱାଧୀନତା ସଂଗ୍ରାମ ସହ ସର୍ବୋଦୟ ଆନ୍ଦୋଳନରେ ସେ ନିଜକୁ ସାମିଲ କରିଥିଲେ । ନିଜ ଗ୍ରାମରେ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ସହ ଏକ ପାଠାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ । ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ରମାଦେବୀଙ୍କ ସହ ମିଶି ସେ ବହୁ ସାମାଜିକ କାମରେ ନିଜକୁ ସାମିଲ କରିଥିଲେ । 
ପାଲା ଜଗତକୁ ଅନେକ କାବ୍ୟ, କବିତା, ଭଜନ, ଜଣାଣ ମଧ୍ୟ ଭେଟିଦେଇଛନ୍ତି ବିଶ୍ଵନାଥ ପଟ୍ଟଯୋଷୀ । ତାଙ୍କ ରଚିତ ରଘୁବଂଶ, ନୈଷଧ, ଗୋଧନ ହରଣ, ରାଧାଜନ୍ମ, କାଦମ୍ବରୀ, ରାବଣ ସଭା, ରାମ ବନବାସ