ରସବତୀ (ଦାମୋଦର ଦାଶ)
ଗାୟକ ଶ୍ରୀ ଦାମୋଦର ଦାଶ
ରସବତୀରେ ରଖ ରଖ ଏ ଜୀବ
ରସିକା ରତନ ରାସେ ନ ରସିଲେ
ବରଜିବ ପିଣ୍ଡ ନିଶ୍ଚେ ମୋ ଜୀବ ।।୧।।
ରମଣୀ ମଣି ତୋ ଗୁଣ ଗୁଣିଗୁଣି
ଯାଉଁ ଦୟା କଲେ କି ସଦାଶିବ,
ସଦା ତୋ ସେବକ, କରି ମୋତେ ରଖ
ସେବୁଥିବି ଥିବା ଯାକେ ଏ ଜୀବ ।।୨।।
ଜୀବଞ୍ଜୀବ ହୋଇ ଏ ଜୀବ,
ଚନ୍ଦ୍ର ମୁଖୁ ସୁଧା ପିଇବ
ସତେ ତୋ ସୁତନୁ ତନୁରେ ମିଶିବ
ଅତନୁ କଷଣ ରାଜି ଭାଜିବ ।।୩।।