Jajpur

Pafulla Acharya

ଗାୟକ କଲ୍ଲୋଳ ପ୍ରଫୁଲ୍ଲ ଆଚାର୍ଯ୍ୟ
ଗ୍ରାମ- ଗୋଳାପଙ୍କ
ପୋ-ତୁଳତୀ
ଜିଲ୍ଲା- ଯାଜପୁର
ଜନ୍ମ-06.03.1956

ଶିକ୍ଷା- ସଂସ୍କୃତ ସାହିତ୍ୟାଚାର୍ଯ୍ୟ
ପାଲା ଶିକ୍ଷା ଆରମ୍ଭ-1972
ପାଲା ଗୁରୁ- ଗାୟକ ଭୂଷଣ ଘନଶ୍ୟାମ ନାୟକ
             - ଗାୟକ ଶେଖର ଜଗନ୍ନାଥ ବେହେରା

2 Nakula Natha

ପଦ୍ମ ଗାୟକ ନକୁଳ ନାଥଶର୍ମା
ସ୍ୱତନ୍ତ୍ର ଗାୟନ ଶୈଳୀ ପାଇଁ ପାଲା ଜଗତରେ ପରିଚିତ ଗାୟକ ପଦ୍ମ, ନକୁଳ ନାଥଶର୍ମା । ଅତି ସୁମଧୁର କଣ୍ଠ ସହ ଲାଲିତ୍ୟପୂର୍ଣ୍ଣ ଗାୟନ ତାଙ୍କୁ ସାରା ରାଜ୍ୟରେ ପ୍ରତିଷ୍ଠା ଦେଇଛି । ୧୯୫୧ ମସିହା ଜାନୁଆରୀ ୨୯ ତାରିଖରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଗୁହାଳି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ନକୁଳ ନାଥଶର୍ମା । ବାପା ଶିବନାଥ ଶର୍ମା ଏବଂ ମାଆ ଅନ୍ନପୂର୍ଣ୍ଣା ଦେବୀଙ୍କର ୪ ପୁଅ ଏବଂ ଗୋଟିଏ ଝିଅ ମଧ୍ୟରେ ସବୁଠୁ ସାନ ହେଉଛନ୍ତି ନକୁଳ । 

2 Bairagi Behera

ଗାୟକ ରସ ସାଗର ବୈରାଗୀ ବେହେରା

ପାଲାରେ ନବ ରସ ପରିବେଷଣ କରି ସବୁ ବର୍ଗର ଦର୍ଶକଙ୍କ ମନକୁ ବାନ୍ଧିରଖିବାରେ ସଫଳ ଗାୟକ ହେଉଛନ୍ତି ବୈରାଗୀ ବେହେରା । ପୁରାତନ ପାଲାକୁ ସେହି ପୁରୁଣା ଢଙ୍ଗରେ ସେ ଏଭଳି ରସସିକ୍ତ କରିଥାନ୍ତି ଯେ, ତାଙ୍କ ପାଲା ଯାହା କାନରେ ଥରେ ବାଜିଯାଏ ଶେଷ ପର୍ଯ୍ୟନ୍ତ ସେ ଉଠି ପାରିନଥାଏ । ଯେଉଁ ସମୟରେ ଯୁବ ପୀଢି ପାଲାଠାରୁ ଦୂରେ ଯାଉଛନ୍ତି ସେଇ ସମୟରେ ସେମାନଙ୍କୁ ପାଲା ପ୍ରେମରେ ବାନ୍ଧିବାରେ ସକ୍ଷମ ପାଲା ଗାୟକ ହେଉଛନ୍ତି ବୈରାଗୀ ବେହେରା ।

2 Hariballabh Dash

ଗାୟକ ମହାରଥୀ ହରିବଲ୍ଲଭ ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚଶିକ୍ଷିତ ବ୍ୟକ୍ତି ପ୍ରବେଶ କରିଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ହରିବଲ୍ଲଭ ଦାଶ । ବିଶେଷ କରି ପାଲାରେ ଇଂରାଜୀ ସାହିତ୍ୟର ପ୍ରବେଶ କରାଇ ସେ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି, ପାଲାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ।