Bhadrak

2 Alekh Dash

ଗାୟକ ମଞ୍ଜୁଳ ଅଲେଖ ଦାଶ
ପାଲା ଜଗତର ଅନନ୍ୟ କଳାକାର ଅଲେଖ ଦାଶ । ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ପାଣ୍ଡିତ୍ୟପୂର୍ଣ୍ଣ ପାଲା ପରିବେଷଣ କରି ଜନମାନସକୁ ମନ୍ତ୍ରମୁଗ୍ଧ କରିବାରେ ସେ ବେଶ୍ ସିଦ୍ଧହସ୍ତ । ୧୯୫୦ ମସିହା ଆଶାଢ ମାସରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ମହାନ୍ତିପଡା ଗ୍ରାମରେ ଅଲେଖ ଦାଶ ଜନ୍ମ ଗ୍ରହଣ କରିଥିଲେ । ବାପା ବନମାଳି ଦାଶ ଓ ମାଆ ଶୁକଦେବୀଙ୍କର ଦୁଇ ପୁଅ ଓ ଜଣେ ଝିଅଙ୍କ ଭିତରେ ସବୁଠୁ ସାନ ହେଉଛନ୍ତି ଅଲେଖ । ପିଲାଦିନରୁ ସାହିତ୍ୟ ସଙ୍ଗୀତ ପ୍ରତି ଥିଲା ଆକର୍ଷଣ । ବାପା ଜେଜେବାପା ଜଜମାନ ଥିବାରୁ ଘରେ ପୁରାଣ, ସାହିତ, ସଂସ୍କୃତର ଏକ ମାହୋଲ ରହିଥିଲା । 

Amarnath Nayak

ବରିଷ୍ଠ ଗାୟକ ଅମରନାଥ ନାୟକ
ସେ ଜଣେ ଦୃଷ୍ଟିଶକ୍ତୀ ନଥିବା ଗାୟକ, ପିଲାଦିନରୁ ଦୁନିଆର ରଙ୍ଗ କଣ ତାଙ୍କୁ ଜଣାନାହିଁ, ହେଲେ ସେ ଦୁନିଆକୁ ସାହିତ୍ୟର ରଙ୍ଗରେ ଏମିତି ରଙ୍ଗେଇ ଦିଅନ୍ତି ଯେ, ଲୋକେ ତାଙ୍କ ପାଲା ଦେଖୁଥିଲେ ଅଧାରୁ ଛାଡିଯିବାକୁ ମନ କରିନଥାନ୍ତି । ସେ ଯେତେବେଳେ ଶ୍ରବଣ କୁମାର ବିଷୟ ପରିବେଷଣ କରନ୍ତି, କରୁଣ ରସରେ ଏଭଳି ଆଚ୍ଛନ୍ନ କରି ରଖନ୍ତି ଯେ, ଦର୍ଶକଙ୍କ ଆଖିରେ ଲୁହ ଆସିଯାଏ । ନିଜେ ଜନ୍ମାନ୍ଧ ହୋଇଥିବାରୁ ଜନ୍ମାନ୍ଧ ବାପା ମାଆଙ୍କର ପୁଅ ଶ୍ରବଣ କୁମାର ସହ ସମ୍ପର୍କର ଏଭଳି ଚିତାକର୍ଷକ ବର୍ଣ୍ଣନା କରନ୍ତି ଯାହା ଅନନ୍ୟ । ସେହି ଯୋଗଜନ୍ମା ଗାୟକ ହେଉଛନ୍ତି ଅମରନାଥ ନାୟକ ।

2 Damodar Dash

ଗାୟକଶ୍ରୀ ଦାମୋଦର ଦାଶ
ପାଲା ଜଗତକୁ ଯେଉଁ କେତେଜଣ ଉଚ୍ଚ ଶିକ୍ଷିତ ଗାୟକ ଆସି ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଗାୟକଶ୍ରୀ ଦାମୋଦର ଦାଶ । ୧୯୫୩ ମସିହା ଡିସେମ୍ବର ୧୧ ତାରିଖରେ ଭଦ୍ରକ ଜିଲ୍ଲାର ଧାମନଗର ନିକଟ ପଳିକିରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦାମୋଦର । ବାପା କାର୍ତିକ ଚନ୍ଦ୍ର ଦାଶ ଓ ମାଆ ରୁକ୍ମିଣୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର । ଜେଜେବାପା ବାସୁଦେବ ଦାଶ ଥିଲେ ଜଣେ ଜଣାଶୁଣା ପୁରାଣ ପଣ୍ଡା । ବାପା କାର୍ତିକ ଦାଶ ମଧ୍ୟ ଜଣେ ପ୍ରତିଷ୍ଠିତ କର୍ମକାଣ୍ଡୀ ବ୍ରାହ୍ମଣ ଥିଲେ । ଘରେ ବିଭିନ୍ନ ପୁରାଣ ଆଲୋଚନା ଏବଂ ସଂସ୍କୃତ ତର୍କ ପ୍ରତିଦିନ ହେଉଥିଲା, ଯାହାର ପ୍ରଭାବ ଶୈଶବରୁ ପଡିଥିଲା ଦାମୋଦରଙ୍କ ଉପରେ । 

2 Laxman Rout

ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ
ପାଲା ଜଗତରେ ଜଣେ ଅମଳିନ ପ୍ରତିଭା ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ । ୧୯୫୧ ମସିହା ଏପ୍ରିଲ ୨୦ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ନିକଟସ୍ଥ ହାସିନୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ । ବାପା ଚିନ୍ତାମଣି ରାଉତ ଏବଂ ମାଆ ସାଗିରି । ଜେଜେବାପା ଫକୀର ରାଉତ ଗାୟକ ଥିଲେ । ତେଣୁ ପରିବାରରେ ପାଲା ସାହିତ୍ୟ ଓ ସଂସ୍କୃତିର ମାହୋଲ ରହିଥିଲା, ଯାହାର ପ୍ରଭାବ ଲକ୍ଷ୍ମଣଙ୍କ ଉପରେ ପଡିଥିଲା । ଚାଟଶାଳୀରେ ୩ ବର୍ଷ ପଢିବା ପରେ ଗଣିଜାଙ୍ଗ ଉଚ୍ଚ ମୌଳିକ ବିଦ୍ୟାଳୟରେ ଲକ୍ଷ୍ମଣ ପାଠ ପଢିଥିଲେ । ଏହାପରେ ନେହରୁ ଉଚ୍ଚ ବିଦ୍ୟାପୀଠ ଗଣିଜାଙ୍ଗରୁ ୧୯୭୧ ମସିହାରେ ମାଟ୍ରିକ୍ ପାସ୍ କଲେ ।