ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ
ପାଲା ଜଗତରେ ଗାୟକ ରତ୍ନ ହରି ନାଥ ଓ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପରେ ଯାହାଙ୍କ ନାମ ଆସେ ସେ ହେଉଛନ୍ତି ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନ । ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ଉଚ୍ଚ ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ପହଂଚାଇବାରେ ମୁଖ୍ୟ ଭୂମିକା ରହିଥିଲା ବୈଷ୍ଣବ ପ୍ରଧାନଙ୍କର । କୁହାଯାଏ ସେ ଥିଲେ ବିଷ୍ଣୁଙ୍କର ଅଂଶାବତାର । ଏଭଳି ଦେବପ୍ରତିମ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଯେ ତାଙ୍କ ଆଗରେ ସାହିତ୍ୟିକ, ସମାଲୋଚକ, ବିଜ୍ଞ ପଣ୍ଡିତମାନଙ୍କର ମଥା ଆପେ ଆପେ ନଇଁଯାଉଥିଲା ।
Cuttack
1C Baishnab Charan Pradhan
1B Niranjan Kara
ଗାୟକ ଶିରୋମଣି ନିରଞ୍ଜନ କର
ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ ହରିନାଥଙ୍କ ସହ ମିଶି ସେ ଏହାକୁ ଆଜିର ରୂପ ଦେଇଥିଲେ । ପାଲାକୁ କେବଳ ଗ୍ରାମୀଣ ସ୍ତରରେ ନରଖି ସେ ଏହାକୁ ଶିକ୍ଷିତ, ସାହିତ୍ୟିକ, ବୁଦ୍ଧିଜୀବୀ, ଜ୍ଞାନୀଗୁଣି ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କହିବାକୁ ଗଲେ ତାଙ୍କରି ସମୟରେ ହିଁ ପାଲାରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଥିଲା, ଯାହାକୁ ପାଲାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ ।