Issue Date
1 Jun, 2020
Genres
ଦେବୀ ବନ୍ଦନା
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
ଯୋଗମାୟା ଗୋ,
ଯୋଗେଶ୍ୱରୀ ଭବାନୀ ।
ଭୀମା ଭଇରବୀ ଭୂତେଶ ବାନ୍ଧବୀ
ଦୁଃଖ ନିବାରିଣୀ ତୁ ଭୁଆଷୁଣୀ ।।୦।।
ଶର୍ବାଣୀ ତୁ ସର୍ବମଙ୍ଗଳା,
ଗଳାରେ ତୋ ମନ୍ଦାରମାଳା ।
କଳା କାଛେଣୀକୁ ବାଛି ପିନ୍ଧିଥାଉ
କରେ କଳାକାଚ କଟି କିଙ୍କିଣୀ ।।୧।।
କରେ ଖଣ୍ଡା ଖର୍ପର ଧରି,
କର୍ବୁର କୂଳକୁ ସଂହାରି ।
ବିଶ୍ୱେ ଶାନ୍ତି ବାରି ସେଚନ କରୁ ମା'
ବିଶ୍ଵବନ୍ଦନୀୟା ବିଶ୍ଵଜନନୀ ।।୨।।
କେତେ କବି ତୋ ନାମ ଗାଇ,
ତୋର ପାଦପଙ୍କଜ ଧ୍ୟାୟି ।
ମରତେ ଅମର କୀରତି ରଖିଲେ
ଦେଖାଇଲେ ଅଦଭୂତ କରଣି ।।୩।।
ଗଜରିପୁ ବାହନେ ବିଜେ,
ଆଭରଣେ ଅଙ୍ଗ ବିରାଜେ ।
ରମାକାନ୍ତ ଡକା ଶୁଣିମା କାଳିକା
ଦକା ନାଶି ପକା ଉତ୍ତରାୟଣୀ ।।୪।।