Issue Date
12 Sep, 2020
Genres
ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ତୁଳସୀ ଭୂଷଣ ମୋର ମଣିମା,
ସଂସାର ସାର ସୁଷମା
ସିଂହ ଦୁଆରରେ ଅଧିଆ ପଡିଛି
ଗରିବ ଗୁହାରୀ ଶୁଣିମା ||o||
ଷାଠିଏ ପଉଠି ଲଗାଇ ମଣୋହି
ହାକୁଟି ମାରୁଛ ଗମ୍ଭୀରାରେ ଶୋଇ
ବନ୍ଧୁ ମହାନ୍ତିଙ୍କ ବନ୍ଧୁ ବୋଲାଇଛ
ଏ କଥା କର୍ଣ୍ଣରେ ଶୁଣିମା ||୧||
ବଡ଼ ବଡୁଆଙ୍କ ଠାକୁର ବୋଲାଇ
ବଡ଼ ଦେଉଳରେ ରହିଲ ଗୋସାଇଁ
ମୋ ପରି ପତିତ ଉଦ୍ଧାରିବ ଯେବେ
ବଡ଼ପଣ ସିନା ଜାଣିମା ||୨||