Issue Date
16 Jul, 2020
Genres
ସରସ୍ଵତୀ ବର୍ଣ୍ଣନା
ଆଦ୍ୟ ପ୍ରାନ୍ତ "ସ"
ସଙ୍କଟ ସାଗରୁ ଉଦ୍ଧର ମା ଶରଣ ତବ ଚରଣ ସାରସ ।
ସହାୟ ନୋହିଲେ ନିର୍ଦ୍ଦୟ ହୋଇଲେ ଭାସିଯିବ ତବ ଦାସାନୁଦାସ ॥ (ଘୋଷା)
ସାହାହେଲୁ କାଳିଦାସରେ
ଖ୍ୟାତ ମହାକବି ଯଶରେ ।
ସେବାରେ ତୋଷି କବିତ୍ତ୍ବ ପ୍ରକାଶିଲେ ସିଦ୍ଧ ଶୁଦ୍ରମୁନି ଶାରଳା ଦାସ ॥ ୧ ॥
ସନ୍ଥଭୀମ ଜାତିରେ କନ୍ଧ ସୁରଦାସ ଏବେନି ଅନ୍ଧ ।
ସଦୟ ହେଲୁ ଉଦୟହେଲା ଜ୍ଞାନ ରଚିଲେ ଗ୍ରନ୍ଥ କବିତା ସରସ ॥ ୨ ॥
ସାରସ୍ଵତ ସାଧକ ଯେତେ ସେବି କୀର୍ତ୍ତି ଅର୍ଜି ଜଗତେ ।
ସାହାହୁଅ ଭାଷେ ତପନ ଲକ୍ଷ୍ମଣ ପଦ ଆଦ୍ୟ ପ୍ରାନ୍ତେ ରଖି ଦନ୍ତ୍ୟ ସ ॥ ୩ ॥