ସାରଳା ମହାଭାରତରେ କଳିଯୁଗ ବର୍ଣ୍ଣନା
X X X X X X X
ସହଦେବ ବୋଇଲା ଦେବ ଶୁଣିମା ସାବଧାନେ
କଳିଯୁଗର ଚରିତ ହୋଇବ ୟେମନ୍ତ ବିଧାନେ ।
ଅନେକ କଷ୍ଟ ପରିଜାୟେ ଉପୁଜାଇବେ କୃଷି
ନାନା ଛନ୍ଦ ପାତି ରାଜା ନେମ ଦୁଇରାଶି ।
ଯହୁଂ ସେ ଅବିଧି କରିବାକୁ ରାୟେ
ଇନ୍ଦ୍ର ବୃଷ୍ଟି ନକରିବ ପୃଥୀ ନୋହିବ ଫଳଦାୟେ ।
ପରଜା ଦୁଇରାଶି ନଅଣ୍ଟିବ ରାଜାକୁ
କଟାଳ କରିବେ ସେ ଦେବତା ବ୍ରାହ୍ମଣଙ୍କୁ ।
ରାଜା ହୋଇବେ ଶାଗୁଣା ପରଜା ହୋଇବେ ମଡ଼ା
ଠାବ ଠାବ ହୋଇ ସେ ଉଠିବାକ ପଡ଼ା ।
ଶୂଦ୍ରକଇଂ ବ୍ରାହ୍ମଣେ ଯେ ମାଗିବେ ତଳହାଥେ
ନିତ୍ୟକର୍ମ ତେଜିବେ ଅନ୍ନ ଅଭ୍ୟାଗତେ ।
ଆଚାର ତେଜି ବ୍ରାହ୍ମଣେ ହୋଇବେ ଅନାଚାରୀ
ରାଜସେବା କରିବେ ଯେ ଦଣ୍ଡପାଟ ଆବୋରି ।
କୃଷି କର୍ମେଣ ଯେ ଦଳିବାକ ମହୀ
ଶହସ୍ର ଧରି ଶିର ଚ୍ଛେଦିବାକ ସେହି ।
ବେଦମନ୍ତ୍ରମାନ ସେ ଯେ ହୋଇବ ଅଗ୍ରାହିଜ
ବ୍ରାହ୍ମଣ ସ୍ତ୍ରିରୀ ଯୋନିରେ ଚାଣ୍ଜାଳ ଦେବେ ବୀର୍ଯ୍ୟ ।
ବିଧବା ବ୍ରାହ୍ମଣୀ ହୋଇବେ ଅନ୍ୟାଚାରୀ
କୁଳସ୍ତିରୀମାନେ ଯେ ହୋଇବେ ଅଭିସାରୀ ।
ବିଭାଇତ ପତ୍ନୀ କରିବେ ଉପେକ୍ଷା
ବିଧବା ସ୍ତିରୀ ଘେନି କରିବେ କୁଳ ରକ୍ଷା ।
ବିଧବା ରମଣେ ଯେ ପୁତ୍ର ହୋଇବାକ ଜାତ
ପିତା ମାତାକଇଂ ସେ ନୋହିବେ ଭଗତ ।
ସୁଖରେ ସ୍ତ୍ରୀ ରତି କରିବେ ଚାରି ଜାତି
ପୁତ୍ର ଶାଦବ ପିତା ମରିବ ଅନ୍ତ ଶାସ୍ତି ।
ଶାହାସ୍ତ୍ର ନିନ୍ଦା କରିବେ କଳିଯୁଗ ଲୋକେ
ଭଣ୍ଡପଣ କରି ତହିଂ ବ୍ରତିବେ ଯେ ଥୋକେ ।
କିଞ୍ଚିତ କଥାକୁ କଳି କରିବେ ବହୁତେ
ଦ୍ଵନ୍ଦେଣ ପ୍ରବର୍ତ୍ତ ହୋଇବେ ପିତା ପୁତ୍ରେ ।
ପିତା ପୁତ୍ର ପତ୍ନୀରେ ହୋଇବେ ୟେକ ସଙ୍ଗ
ସାବତ ପୁତ୍ରେ ମାତା ହୋଇବେ ରତିଯୋଗ ।
ଆପଣାର ନିଜ ବୃତ୍ତି ଛାଡ଼ିବେ ଶକ୍ୟ ହୀନେ
ଶୃଙ୍ଗାର ଅନ୍ୟୋଅନ୍ଵି ହୋଇବେ ହାଦେ ଜନେ ।
କଳିର ପ୍ରାନ୍ତକୁ ଯେ ହୋଇବେ ୟେକ ଯୋଗ
କଳିଯୁଗେ ଜନେ ପାଇବେ ହୀନଭୋଗ ।
ବାମ ପୂଜ୍ୟଜନେ କରିବେ ଅକୀର୍ତ୍ତି
ବ୍ରାହ୍ମଣ ଚାଣ୍ଡାଳ ଯେ ୟେକତ୍ବେ ମଦିରା ରସେ ଅର୍ଥୀ ।
ସ୍ବାମୀକି ସେବକ ଯେ ମାରିବାକ ବେଳେ
ଚଉର୍ଯ୍ୟକର୍ମେ ବ୍ରତୀ ହୋଇବେ ବିକଳେ ।
ମିଛହୁମ ସତ ଜନେ ନକହିବେ ବାଣୀ
ଓଛ ଲୋକେ ସିଂହାସନେ ବସିବେ ପାତ୍ର ମନ୍ତ୍ରୀ ଜାଣି ।
ପନ୍ଥଶ୍ରାନ୍ତି ଲୋକଂକୁ ହୋଇବାକ ଦ୍ବନ୍ଦ
ଅଦଭୂତେ ଲୋକକୁ ହୁଅଇ କୂଟ ଛନ୍ଦ ।
ପରଧନ ଚଉର୍ଯ୍ୟେ ମରିବେ ଅନେକ ପ୍ରାଣୀ
ଅବିଚାରେ ରାଜା ଯେ ଅନେକ ଶିର ହାଣି ।
ଆପଣାର ଭୂମି ଯେ କରିବେ ପରିତେଜ୍ୟା
ପରସୀମା ହରି ମରିବାକ ରାଜା ।
ନିୟତ କ୍ରିୟା ଛାଡ଼ି ନରେ ହୋଇବେ ଅନ୍ୟାଚାରୀ
ଅଶଉଚ କର୍ମ ସେ ବ୍ରତିବେ ସଂସାରୀ ।
ବାର ବ୍ରତ ତେଜିଣ ଅନୁବ୍ରତେ ଭୋଗୀ
ଅବିଚ୍ଛନେ ଶୃଙ୍ଗାରେ ଜନେ ହୋଇବାକ ରୋଗୀ ।
ଗଉରବ ସ୍ତିରୀକି ଯେ କରିବେ ରମଣ
ସଂକ୍ରାନ୍ତି ଅମାବଇ ରାତ୍ରେ କରିବେ ଅନ୍ନ ଭୋଜନ ।
ଜୂଅ ଆଚାରେ ଯେ ପୋଷିବେ କୁଟୁମ୍ବ
ନିଜ ଆଷ୍ୟ ଘେନି ଯେ କେହି ନ ବ୍ରତିବ ।
ବିପ୍ର ଚାଣ୍ଡାଳ ଯେ ହୋଇବେ ୟେକେତ୍ବ
ଗୁରୁ ମାନୀତ ଜନେ ଅନୁବ୍ରତେ ରତ ।
ରାଜାକଇଂ ମାରିତେ ପାଞ୍ଚ କରିବେ ଅମନାତ୍ୟ
ସୁଜନେ ଅନ୍ୟାଚାର ଯେ କରିବେ ନିୟତ ।
ବ୍ରାହ୍ମଣେ ତିଳଦାନ ଘେନିମାକ ହାଦେ ଲୋଭେ
ସଚରାଚରେ ଗୋଳକୁଣ୍ଡା ହୋଇବେ ଠାବେ ଠାବେ ।
ସନ୍ତାନ ନିମନ୍ତେ ବ୍ରାହ୍ମଣୀ ଶୂଦ୍ର ସଙ୍ଗେ ରତ
ସେ ଚାଣ୍ଡାଳ ପୁତ୍ରେ ହୋଇବେ ବେଦ ପାରଗ ନିୟତ ।
ଅନେକ ଅନ୍ୟାୟ ଯେ ହୋଇବ କଳିଯୁଗେ
ସହଦେବ କହିଲେ ଯୁଝେଷ୍ଠି ଦେବଂକର ଆଗେ ।
ଧର୍ମ ଆଚାରେ ଯେ ବ୍ରତିବାକ ଜନ
ତାହାକଇଂ ନ ମିଳିବ ଅନ୍ନବସ୍ତ୍ର ଧନ ଯେ ସନ୍ତାନ ।।
(ସ୍ଵର୍ଗାରୋହଣ ପର୍ବ ୯୨ରୁ ୧୪୭)