Issue Date
19 Aug, 2020
Genres
ସାହିତ୍ୟ ଚାଷ
ଗାୟକ 'ଶ୍ରୀ' ଦାମୋଦର ଦାଶ
ସାହିତ୍ୟ ଚାଷରୁ ମିଳିବ କିସ
ଲାଭ ନାହିଁ କିଛି ଖାଲି ଲଅସ
ଘୋଡା ଛ ଟଙ୍କାକୁ ଦାନା ନ'ଟଙ୍କା
ଚଷି ଚଷି ଖାଲି ମିଳେ ପରାସ ||୧||
ଓଟ କଣ୍ଟାବୁଦା ଖାଇଲା ପରି
ନିଜ ରକତକୁ ପିଇଲା ପରି
ନିଜ ଭୋକକୁ ମେଣ୍ଟାଇବା ପାଇଁ
ଯନ୍ତ୍ରଣାକୁ ସିନା ନିଏ ସେ ବରି ||୨||
ତଥାପି କବିତା ଲେଖଇ କବି
ନୀରବତାର ଶବ୍ଦକୁ ଶୁଣିବ ଭାବି
ଅପହଞ୍ଚ ଦୂରତାକୁ ମାପିବା ପାଇଁ
ସକଳ ସାମର୍ଥ୍ୟ ଦିଏ ଖଟାଇ ||୩ ||
ହାଏ ରେ ଅଭାଗା ଦେଶ
କେବେ ହେବ ତୋର "ମୋହ"ର ଶେଷ
ମରୁ ମରୁ ଯିଏ ବଞ୍ଚେ ତୋ ପାଇଁ
ତା ପାଇଁ କି ତୋର ଦରଦ ନାହିଁ ? ||୪|