ଅଭିମାନ ଭରା ତର୍ଜନା
କବି:-ଗାୟକ ପୁରାଣ ଭୂଷଣ
ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ
ଗ୍ରା/ପୋ- ରଇଁଶୋଲ, ପିପିଲି, ପୁରୀ
ଓଡ଼ିଶା, ପିନ୍- ୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ଆଉ ଭୂଲାନାରେ,
ଫନ୍ଦିଆ ତୁ ନଟ ନାଗର ।
ଫନ୍ଦା ଫନ୍ଦି ଧନ୍ଦା କରି କରି ବୃନ୍ଦା-
ବନ ସାରା ତୁହି କରୁ ବିହାର ।୦।
କଣ୍ଟ ସବୁ ନାରୀଙ୍କି ଦେଉ,
ଠକି ସର୍ବ ଜୀବନ ନେଉ ।
ଝୁରିଝୁରି ତୋତେ
ଗୋପଗୋପୀ କେତେ
ମରିବାକୁ ପିଇଲେଣି ଜହର ।୧।
ମୁହିଁ ନୁହେଁ ସାମାନ୍ୟ ନାରୀ,
ଗରଳରେ ଜୀବନ ହାରି ।
କଳଙ୍କ ପସରା
ନନେଇ ଏ ସାରା
ଗୋପେ ଦେବି ତୋତେ
ଶିକ୍ଷା ପାହାର ।୨।
ଏ ଶିକ୍ଷା ତୋ ଜୀବନ ଧାରା,
ବଦଳାଇ ଦେବ ସତ୍ୱରା ।
ସଠିକ ପଥରେ ପଥିକ ହେବାରେ
ସତର୍କ କରୁଥିବ ବାରମ୍ବାର ।୩।
ନାମ ତୋହର ଲକ୍ଷ୍ମୀଧର,
ଲୁକ୍କାୟିତେ ଗୋପ ନାଗର ।
କଳା କାହ୍ନୁ କଳା- ଚାନ୍ଦ ନନ୍ଦବଳା
ଧରିଛି ଭାଙ୍ଗିବି ତୋର ହୁନ୍ଦର ।୪।
ପ୍ରଭୁ ବୋଲି ଜଗତ କହେ,
ଭୂଲାଇଣ ପରାଣ ଦହେ ।
ଭୂଲାଳିଆ କଥା ଶୁଣି ନତମଥା
ହେବ କିବା ସତେ ଏ ଶରତର ।୫।