ବିଶ୍ୱପାଇଁ ପ୍ରଭୁ ଜଗନ୍ନାଥଙ୍କୁ ଆତ୍ମନିବେଦନ
କବି: ଗାୟକ ପୁରାଣଭୂଷଣ
ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ
ଗ୍ରା/ପୋ - ରଇଁଶୋଲ,ପିପିଲି, ପୁରୀ
ଓଡ଼ିଶା , ପିନ୍ - ୭୫୨୧୦୪
ଯୋଗାଯୋଗ- ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ନୀଳଗିରି କନ୍ଦରବାସୀ,
ନିଖିଳ ଜଗତ ଯାଉଛି ଭାସି
ନିର୍ବିକାରେ ତୁମ୍ଭେ ନିଶ୍ଚଳେ କି ଦମ୍ଭେ
ନିର୍ବାକେ ନିଳୟେ ଯାଇଛ ବସି ।୦।
ନିରଞ୍ଜନ ତୁମ୍ଭରି ଅଂଶ
ନିଃଶେଷ ହୋଇବ ଅବଶ୍ୟ
ନିଘା ନାହିଁ କିବା ନିରକ୍ଷ ରଖିବା
ନିମ୍ନ ମାନସ ମୋ ନପାରେ କଷି ।୧।
ନିକାଞ୍ଚନ ହେଲେଣି ସର୍ବେ
ନିଃଶ୍ୱାସ କା ପଡିଲା ଭବେ
ନିଜନ ସରଣୀ ନିକେତ ବନ୍ଧନୀ
ନିରାମୟ ଏହି ଯୋଜନା ଘୋଷି ।୨।
ନିଗମେ ଅଛି ସ୍ପଷ୍ଟ ଭାଷା
ନିୟତିର ପୂରିବ ଆଶା
ନିରାଟ ଏ ସତ୍ୟ ନିରୋଧିବା ପଥ
ନିଷ୍ଫଳ ଚେଷ୍ଟା ସବୁ ହେଲା ଆସି ।୩।
ନିରାଶ୍ରୟ ମାନସ ମୋର
ନିରବେ ଚିନ୍ତିଲି ପୟର
ନିଦାରୁଣ ନୋହି ନିଦାନକୁ ଚାହିଁ
ନିର୍ଦ୍ଦେଶି ଉଦ୍ଧର ଶରତ ଭାଷି ।୪।