ପ୍ରଭାତ ବର୍ଣ୍ଣନା
ହିନ୍ଦି ଫିଲ୍ମ ନାୟିକା ଓ ନାୟକଙ୍କର ନାମ ମାଳିକା
ରଚନା-ଲକ୍ଷ୍ମୀଧର ପଣ୍ଡାଶର୍ମା
ଧର୍ମେନ୍ଦ୍ର ହେଲେଣି ଉଦିତ ଗୋ ପ୍ରାଣମିତ
ହେମମାଳିନୀ ହିମତ ହେଉଛି ଅନୁଭବିତ ।।
କଞ୍ଜ ଶ୍ରୀଦେବୀକି ଲାଭ ଅକ୍ଷୟ ଶକ୍ତି ଉଦ୍ଭବ,
ମିଥୁନ ହେଲେଣି ମନେ ବ୍ୟସ୍ତ,
ଜିତେନ୍ଦ୍ରିୟ ଗଣ ହୋଇଲେ ପୂଜାରତ,
ପଦ୍ମିନୀ ବିଚିତ୍ର ଶିଳ୍ପା ଚାତୁରୀରେ ବିମଣ୍ଡିତ ।୧।
ତମସଞ୍ଜୟରେ ଚିତ୍ତ,
ହେଉଅତି ସନ୍ନିହିତ,
ସୁନେଲି ରେଖାପ୍ରାଚୀରେ ଖ୍ୟାତ,
ବହୁଛି ମନ୍ଦ ଅନିଳ ବନ୍ଦି ଆଦିତ୍ୟ,
ଅଜେୟ ଶତ୍ରୁଘ୍ନେରବି ଅକ୍ଷୟ ତେଜ ରାଜିତ ।୨।
ଶଶୀଅସ୍ତରେ ଚକୋର,
ପେଚକ ହେଲେ ଆତୁର,
ଋଷିଗଣ ପୂର୍ଣ୍ଣ ବିନୋଦିତ,
ରାଜୀବ ରାଜି ବିଜୟାନନ୍ଦେ ରାଜିତ,
ଅମିତା ଭକ୍ତି ଆବେଗେ ସୂରେ ଖରେ ପ୍ରଣମିତ ।୩।
ପ୍ରୀତି ସଙ୍ଗୀତାଳିଗଣ ଗାଇଲେ ହୋଇ ଉଛନ୍ନ
ଜୟପ୍ରଦା ସୁମନ ଶୋଭିତ,
ମଧୁ ମାଧୁରୀମା କରେ କୋକିଳ ରୁତ
ଚର୍ଚ୍ଚିକା ସାହାରୁ କବି ଲକ୍ଷ୍ମୀଧର ଲେଖେ ଗୀତ ।୪।
ବି.ଦ୍ର- ଧର୍ମେନ୍ଦ୍ର, ହେମାମାଳିନୀ, ଶ୍ରୀଦେବୀ, କିରଣକୁମାର, ମିଥୁନ ଚକ୍ରବର୍ତ୍ତୀ, ଜିତେନ୍ଦ୍ର, ପଦ୍ମିନୀ କୋହ୍ଲାପୁରୀ, ଶିଳ୍ପାସେଟ୍ଟି, ଶିଳ୍ପାସିରୋଦକର, ସଂଜୟ ଦତ୍ତ, ସୁନିଲ ଦତ୍ତ, ସୁନିଲ ସେଟ୍ଟି, ରେଖା, ଅନିଲ କପୁର, ପୂଜା ଭଟ୍ଟ, ଆଦିତ୍ୟ ପାଞ୍ଚୋଲି, ଅକ୍ଷୟକୁମାର, ଶତ୍ରୁଘ୍ନ ସିହ୍ନା, ଅଜୟ ଦେବଗନ, ବିନୋଦ ଖାନ୍ନା, ଶଶୀକପୁର, ଋଷିକପୁର, ଅମିତାଭ ବଚ୍ଚନ, ଜୟାଭାଦୁରୀ, ପୁନମ୍, ନିଲମ୍, ସନ୍ନିଦେଓଲ, ଜୟପ୍ରଦା, ମଧୁବାଳା, ମାଧୁରୀ ଦୀକ୍ଷିତ, ପ୍ରୀତିଜିଣ୍ଟା, ସଙ୍ଗୀତାବିଜିଲାନି, ରାଜୀବକପୁର, ରାଜକପୁର, ଶାହାରୁଖ୍ ଖାନ୍ ଇତ୍ୟାଦି ।