Issue Date
18 Mar, 2020
Genres
ପଞ୍ଚଦେବତା ବନ୍ଦନା
କବି- ବାଙ୍କନିଧି ଦାଶ
ମାତ୍ରା- ନିୟମରେ
ଧନ୍ୟ ଗିରିଜା ନନ୍ଦନ, ପୁଣ୍ୟ ଜନରେ ବନ୍ଦନ ।
ଜନ୍ତୁପତି ଦୈନ୍ୟ ନୋହୁ ଶୂନ୍ୟରେ କଲି ବନ୍ଦନ ।।୦।।
ନକ୍ରଘାତେ ଡାକୁକରି, ଚକ୍ର ପେଶି ଦେଲ ହରି ।
ଶୁକ୍ରନେତ୍ର ବକ୍ରକରି, ଶକ୍ରକୁ କଲ ବର୍ଦ୍ଧନ ।।୧।।
ଶୁକ୍ଳରୂପ ତ୍ରିନୟନ, ବଳ୍କ କରିଚ୍ଛ ପିଧାନ ।
ଶୁକ୍ଳକେଶ ଶିରପରେ ଯେ ବଙ୍କା ଅଙ୍କେ ଶୋଭନ ।।୨।।
ବିଶ୍ଵରକ୍ଷଣୀ ସର୍ବାଣୀ, ଈଶ୍ଵର ମନମୋହିନୀ ।
ଅଶୋକ ବରଦାୟିନୀ, ସୁସ୍ଵରେ କର ପ୍ରଦାନ ।।୩।।
ସୂକ୍ଷ୍ମ ସ୍ଥୂଳ ରୂପଈନ, ଉଷ୍ମ କୀରଣ ଧାରଣ ।
ଗ୍ରୀଷ୍ମକାଳେ ହେ ଭାସ୍କର, ଭସ୍ମକର ବନେ ବନ ।।୪।।
ବିଘ୍ନରାଜ, ନାରାୟଣ, ବିଘ୍ନହର ପଞ୍ଚାନନ ।
ମଗ୍ନେ ଅମ୍ବିକା ତପନ, ଲଗ୍ନେ ବାଙ୍କନିଧି ଧ୍୍ୟାନ ।।