Issue Date
3 Sep, 2020
Genres
ଗାୟକଶ୍ରୀ ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ନବ ନୀରଦ କୁନ୍ତଳା, ନବୀନ ବୟସୀ ବାଳା
ମନରୁ ଅନ୍ତର କଲୁକି ରେ
ଚାରୁ ଚମ୍ପକ ବରନା, ଚକିତ ଏଣୀ ନୟନା
ହୃଦୟ ପଥର କଲୁକି ରେ ||୧||
ଅଧରୁ ହାସ କୁମୁଦ ଲୁଚାଇଲୁ କି
ମଧୁର ମଂଜୁ ବଚନ ଭୁଲିଗଲୁ କି
ସଜ ସରୋଜ ଲପନା, ଅଳସ ହଂସୀ ଗମନା
ଦାସରେ ବିରସ କାହିଁକି ରେ ||୨||
ଶରଣ ତୋ ଚରଣ କୁ କଲି ବରଣ
ରଣ ରଣ ବାଣ ନ ଦେବଟି କଷଣ
ଶଣ କୁସୁମ ବରନା, କାରଣତୁ ଏକା ସିନା
ପ୍ରାଣବନ୍ଧୁ ପ୍ରାଣ ନେବୁକି ରେ ||୩||
ଭାବରେ ଅଭାବ ଗୋରୀ କିମ୍ପା କଲ କି
ଭରମରେ କେଉଁ ଦୋଷ ଅବା କଲିକି
ଭରସା କରିଛି ତୋତେ, ଭାଗ୍ୟହୀନ କଲୁ ମୋତେ
ଭସାଇଲୁ ଭବ ଜଳେ କିରେ ||୪||