ଦେବୀ ବନ୍ଦନା
ମାହେଶ୍ଵରୀ ଭଗବତୀ ଶଙ୍କର ବାମା
(ମାଗୋ ଅମ୍ବିକେ ଉମା=ବୃତ୍ତେ)
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମା
କର୍ବୂର ନାଶିନୀ ମାଗୋ,
କର୍ବୂର କାନ୍ତି
ଜୟ ଗିରି ଦୁହିତୀ ।
କୃପାଣଧାରିଣୀ କୃପା-
ମୟୀ ମୋର ଘେନ ବିନତି ।।୦।।
ଗୋପାଳିନୀ ବେଶେ
କୀର୍ତ୍ତିବାସ ବିଘାତି
ମାଗୋ ରଖିଲୁ କୀର୍ତ୍ତି ।
ଏକାମ୍ରେ ବିନ୍ଦୁସାଗର
ଗାଉଛି ଗୀତି ।।୧।।
ଦିନେ କାଳୀରୂପେ
ପଦେଦଳିଲୁ ପତି
ମାଗୋ ଉପେକ୍ଷି ଭୀତି ।
ଲୋଳ ରସନୀ ନୃମୁଣ୍ଡ-
ମାଳିନୀ ମୂର୍ତ୍ତି ।।୨।।
ବ୍ୟାଘ୍ରସିଂହପୃଷ୍ଠେ
ବିଜେ ବିଜନ ରାତ୍ରି
ମା' ଭୈରବୀ ମୂରତି ।
କେବେ ଶାନ୍ତ କାନ୍ତ ରୂପା
କେବେ ଜରତି ।।୩।।
ସୃଷ୍ଟି ସ୍ଥିତି ପ୍ରଳ-
ୟର ତୁ ଏକା ଗତି
ମାଗୋ ହର ଦୁର୍ଗତି
ପଦକଞ୍ଜେ ତୋର ରମା-
କାନ୍ତର ମତି ।।୪।।