Issue Date
1 Jun, 2020
Genres
ଦେବୀ ବନ୍ଦନା
"କା"ଆଦ୍ୟ ପ୍ରାନ୍ତେ
କବି: ଗାୟକ ବିଦ୍ୟାଭୂଷଣ ରମାକାନ୍ତ ମିଶ୍ରଶର୍ମ୍ମା
ଜଟଣୀ, ଖୋର୍ଦ୍ଧା
କାତ୍ୟାୟନୀ କାଳିକା,
ଭୁବନ ପାଳିକା ।
କାତି ଖର୍ପର ଧାରିଣୀ,
ଦୁଃଖ କାଟିପକା ।।୦।।
କାଳ ପୁରାଇଲୁସତ୍ୟେ,
ମହିଷାର ଏକା ।
କାମିନୀ କାମ ମୋହିନୀ,
ରୂପରେ ଅମ୍ବିକା ।।୧।।
କାକୁସ୍ଥ ରାଘବ ଦେଖି,
ଯୁଦ୍ଧ ବିଭୀଷିକା ।
କାତରେ ନେତ୍ର ଦିଅନ୍ତେ,
ଜୟ କଲେ ଲଙ୍କା ।।୨।।
କାଦମ୍ବିନୀ କୋଳେ କଲୁ,
କଂସକୁ ତାଟକା ।
କାଳ ତୋ ଗୋପେ କହିଲୁ,
ଦୈତ୍ୟ ହେଲା ବୋକା ।।୩।।
କାମଦା କଳିରେ କ୍ଷେତ୍ରେ,
ବିମଳା ନାମିକା ।
କା' ଆଦ୍ୟାନ୍ତେ ତୋତେ ରମା-
କାନ୍ତ ଦିଏ ଡକା ।।୪।।