ରଚନା- ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା
ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ
ଜଟଣୀ, ଖୋର୍ଦ୍ଧା
(ନବରତ୍ନପଣ୍ଡିତ ଓ ଭବଭୂତିଙ୍କନାମ)
ଏହି ୧୦ଜଣ ପଣ୍ଡିତଙ୍କ ନାମ ସହ
ଟୀକା- ଶରତ ଚନ୍ଦ୍ର ଦାଶ
ଭବଭୂତି ଦାୟିନୀ କାଳୀ,
ଦାସ ପଣେ ତୋର ଚରଣ ତଳେ ।
କ୍ଷେପଣ କରୁଛି କାଳ ଯାକ ମୋର
ଶଙ୍କୁଚିତ ମନା ନହୋଇ ତିଳେ ।୦।
ତୋର ପଦ ତଳେ ଅମର,
ସିଂହବାହିନୀ ଯୋଡ଼ି କର ।
ବରରୁଚି ଯଥା ନେବାପାଇଁ ମଥା
ପାତି ରହିଥାନ୍ତି ମା' ନିରନ୍ତରେ ।୧।
ଭୂତ ବେତାଳ ଭଟ୍ଟ ଗଣ
ଚଣ୍ଡୀ ଚାମୁଣ୍ଡା ତୋ ଶରଣ ।
ମାେ ଦୁଷ୍କୃତ ଶୋକ ରୋଗବିନାଶନେ
ଧନ୍ବନ୍ତରି ସିନା ତୁ କାଳେ କାଳେ ।୨।
ବରାହେ ତୋ ପୂଜନ୍ତି ଜନ,
କାମନାକୁ କରୁ ପୂରଣ ।
ରମାକାନ୍ତ ଘଟ- କର୍ପୂର ହାସିନୀ
ସଚିତ୍ତେ ଥାଉ ମା' ତୋ ପଦ ତଳେ ।।୩।।
----------------------------------
ବିଶେଷ ଦ୍ରଷ୍ଟବ୍ୟ:-
"୦"ଘୋଷା ପଦରେ-
(୧- ଭବଭୂତି,୨- କାଳିଦାସ,
୩- କ୍ଷେପଣକ,୪- ଶଙ୍କୁ )
୧ ମ ପଦରେ-
(୫- ଅମରସିଂହ,୬-ବରରୁଚି)
୨ ୟ ପଦରେ:-
(୭-ବେତାଳଭଟ୍ଟ,୮-ଧନ୍ବନ୍ତରି)
୩ ୟ ପଦରେ-
(୯-ବରାହମିହିର୧୦-ଘଟକର୍ପୂର
----------------------------------
କେତେକ ଶବ୍ଦର ଅର୍ଥ:-
ଭବଭୂତି:-
(ଭବ) ସଂସାର+(ଭୂତି)ସମ୍ପଦ,
କଲ୍ୟାଣ, ଐଶ୍ୱର୍ଯ୍ୟ, ଆନନ୍ଦ,
ସୌଭାଗ୍ୟ, ଗୌରବ, ମହିମା)
କ୍ଷେପଣ:- ବିତାଇବା ।
ବରରୁଚି ଯଥା:- (ଯଥା ରୁଚି ବର)
(ରୁଚି)ସ୍ୱାଦୁ ଅନୁସାରେ ବର
ଇଛା ଅନୁସାରେ ବର
ଇପ୍ସିତ ବର
ଭଟ୍ଟ:-(ଭାଟ,ବନ୍ଦୀଜନ)=ସ୍ତୁତିପାଠକ
ଗୁଣଗାନକାରୀ
ଏହି ଭଟ୍ଟ ଶବ୍ଦର ଅନ୍ୟ ଅର୍ଥ:-
ବିଦ୍ୱାନ, ପଣ୍ଡିତ।
ଧନ୍ବନ୍ତରି:- (ସ୍ବର୍ଗବୈଦ୍ୟ)
ବରାହେ:- (ବର+ଅହେ)
ବର = ଶ୍ରେଷ୍ଠ
ଅହେ=ଅହ ରୁ ଅହେ
ଏହି ଅହ ଶବ୍ଦର ଅର୍ଥ:-
ଦିନ (ଦିବସ), ଦୃଢ଼ ସଂକଳ୍ପ, ସ୍ତୁତି, ବିୟୋଗ।
ଶ୍ରେଷ୍ଠ ଦିନରେ (ପୂଜା ଦିନରେ)
(କେହି କେହି ଶ୍ରେଷ୍ଠ ଯଜ୍ଞେ ମଧ୍ୟ କହନ୍ତି)