ରାଗ ବଙ୍ଗଳା ଶ୍ରୀ
ପ୍ରତାପ ଚନ୍ଦ୍ର ପ୍ରଧାନ, ଅଧିବକ୍ତା, ଭୁବନେଶ୍ବର
ମୋବାଇଲ ନଂ-9692256122
6370203775
ଅମରେ ପୂଜିତ ଶଙ୍କରେ ବନ୍ଦିତ
ସୁଦର୍ଶନ ଚକ୍ରଧାରୀ
ଅର୍ଜୁନର ଶଖା ଯୁଧିଷ୍ଠିର ପୂଜ୍ୟ,
ଦାମୋଦର, ବଂଶୀଧାରୀ ।୧।
ଶିରୀକ୍ଷେତ୍ରବାସୀ ଆହେ ଜଗନ୍ନାଥ
ସଦା ବୈଷ୍ଣବ ସେବିତ
କରୁଣା ସାଗର, ପ୍ରଭୁ ଉପଇନ୍ଦ୍ର
ନରୋତ୍ତମେ ରହୁ ଚିତ୍ତ ।୨।
ବିଶ୍ବନାଥ, ହରି, ଗୋବିନ୍ଦ ମାଧବ
କଳାକାହ୍ନୁ, ଲକ୍ଷ୍ମୀଧର
ମାର୍କଣ୍ଡେୟ ଧନ, କପିଳଙ୍କ ଧ୍ୟାନ,
ଅନନ୍ତ, ସାରଙ୍ଗଧର ।୩।
ମଦନ ମୋହନ, ଭଳଭଦ୍ର ଭ୍ରାତା,
ଯା ବାହନ ଖଗେଶ୍ବର
ରବି, ଶଶୀ ଯାର ଆଜ୍ଞାରେ ଉଦୟ
କୋଟି ମନୋଜ ସୁନ୍ଦର ।୪।
ଆହେ ବନମାଳୀ, ପ୍ରଭୁ ନିରଞ୍ଜନ,
ଅଲେଖ, ପରମାନନ୍ଦ
ଅଭୟ ଚରଣ, ଯୁଗଳରେ ମନ
ଦତ୍ତ ହେଉ ଧର୍ମାନନ୍ଦ ।୫।
ସୁର-ଇନ୍ଦ୍ର ପଦ ଲୋଡାନାହିଁ
ମୋର ଦିଅ ଶ୍ରୀଚରଣେ ସ୍ଥାନ
ଅନିରୁଦ୍ଧ ପିତା, ପ୍ରହ୍ଲାଦେ-ଆହ୍୍ଲାଦ,
ବୈକୁଣ୍ଠ କଲ ପ୍ରଦାନ ।୬।
କାଳନ୍ଦୀ କୂଳିଆ, କଦମ୍ବ ମୂଳିଆ
କଲ କାଳୀୟ ଦଳନ
ବିନାୟକ-ପିତା ଲୋକନାଥ ତୁମ୍ଭ
ପଦ କରନ୍ତି ବନ୍ଦନ ।୭।
ଆହେ ନାରାୟଣ, ପ୍ରଫୁଲ୍ଲ ବଦନେ
ମୋ ପ୍ରତି ହୁଅ ପ୍ରସନ୍ନ
ହେ ରମେଶ, ଘନଶ୍ୟାମ-ରୂପେ ରାମ
ପର୍ଶୁରାମ ଦର୍ପଚୂର୍ଣ୍ଣ ।୮।
କଇଳାସ ବାସୀ, ନିଶାକର, ଦିବା
ନିଶି, ବିରଞ୍ଚି, ତପନ
ଯେଉଁ ପାଦ-ପଦ୍ମ, ଦୁର୍ଲ୍ଲଭ ସେ ପଦେ
କାଶୀନାଥ କରେ ଧ୍ୟାନ ।୯।
ବସନ୍ତ, ମଳୟେ ଭ୍ରମର, ବନରେ
କରଇ ବିଭୁ ବନ୍ଦନ
ତାର ଭବସିନ୍ଧୁ ଲକ୍ଷ୍ମଣ ଅଗ୍ରଜ
ଭାସେ ପ୍ରତାପ ପ୍ରଧାନ ।୧୦।