Issue Date
12 Sep, 2020
Genres
ଗାୟକଶ୍ରୀ ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ଏଣୀନୟନା ତୁ ଚାହାଁ ଏଣିକି ରେ,
ଏଣୀନୟନା ବାରେ ଚାହାଁ ଏଣିକି ||0||
ବୀଣାଜିଣା ବଚନା, କିଣାଜନେ ବିମନା
କି ବୋଲିବେ ଲୋକେ ଶୁଣିକି ||୧||
ଜଣା ଏ ଜଗତରେ, ଗଣା ସୁଲକ୍ଷଣା ରେ
ଶୁଣାତୋ ଛଣାସୁଧା ବାଣୀକି ||୨||
ଅଣାୟତ ମୋ ଚିତ୍ତ, ବଣା କଲା ବୁଦ୍ଧିତ
ଖଣାରେ ନ ପକାଅ ଆଣିକି ||୩ ||
ଶାଣଦିଆ ତୀକ୍ଷଣ, ବାଣରେ ପଞ୍ଚବାଣ
ଟାଣ ମୋ ହୃଦ ଦିଏ ହାଣିକି ||୪||
ରାଣ ଦେଉଛି ଜାଣ,ରମଣୀ ଗଣ ରାଣ
ପ୍ରାଣ ମୋ ଗଲା ଥାଅ ଜାଣିକି ||୫||