Issue Date
12 Sep, 2020
Genres
ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ହେ ମହାନ ସତ୍ୟସନ୍ଧ ସାଧକ ପ୍ରବର
ଜାଡ୍ୟଧ୍ବଂସୀ ଆର୍ଯ୍ୟକୁଳ ସୂର୍ଯ୍ୟ ସମପ୍ରଭ,
ମୃତ୍ୟୁଞ୍ଜୟ ଆତ୍ମାନନ୍ଦ ପ୍ରବକ୍ତା ପ୍ରଜ୍ଞାର
ଚିନ୍ମୟ ଚିନ୍ତନ ସତ୍ୟଜ୍ଞାନ ସମୁଭବ ||୧||
ଋଷିଶ୍ରେଷ୍ଠ ସନ୍ଦର୍ଶକ ଅଦର୍ଶ ଦର୍ଶନେ
ସମଦ୍ରଷ୍ଟା, ସର୍ବଜୀବେ ଜ୍ଞାନ ପ୍ରସ୍ଥାପକ,
ଉର୍ଜସ୍ୱଳ ଦୀପ୍ତିମନ୍ତ ଉଦଗ୍ର ଜୀବନେ
ଅବିଦ୍ୟା,ଅସ୍ମିତା, ହିଂସା, ଦ୍ୱେଷ ସଂହାରକ ||୨||
କର୍ମବୀର ଚିଦାନନ୍ଦ କର୍ମ ପ୍ରଚାରକ
ତ୍ୟାଗବୀର ତ୍ୟାଗପୂତ ଆର୍ଜବ ବିଚାର,
ସଂସ୍ଥାପକ ବିଶ୍ୱଧର୍ମ ସର୍ବ ଜନାତ୍ମକ
ଉର୍ମିଳ ଫେନିଳ ସିନ୍ଧୁ, ଶାନ୍ତ ସୁଗଭୀର ||୩||
ଗୁରୁ ଶ୍ରେଷ୍ଠ, ଗୁରୁକୁଳ ପ୍ରଭାସ୍ୱର ରବି
କବି, ଦୀନ ନିର୍ଯାତିତ ମାନବ ଆତ୍ମାର,
ବରେଣ୍ୟ, ପ୍ରଣତ ଜନ ବିଚ୍ଛେଦ ପୁରବୀ,
ଚରଣେ ଅର୍ପୁଛି ତବ ଭକ୍ତି ନମସ୍କାର ||୪||
(ଗୁରୁଦିବସ ଉପଲକ୍ଷେ )