Issue Date
6 Jun, 2020
Genres
ବୀଣାପାଣି ବନ୍ଦନା
କବି: ଗାୟକ ପୁରାଣ ଭୂଷଣ
ଶ୍ରୀ ଶରତ ଚନ୍ଦ୍ର ଦାଶ
ରଇଁଶୋଲ,ପିପିଲି, ପୁରୀ, ୭୫୨୧୦୪
ଯୋଗାଯୋଗ= ୯୮୬୧୪୭୦୫୦୫
୮୭୬୩୩୩୧୦୩୭
ଲେଖାର ସମୟ= ୧୫/୦୫/୧୯୮୭
ଭଜମନ ବୀଣାପାଣିକି,
ବାକ୍ୟ ପ୍ରଦାୟିନୀ ବିଷ୍ଣୁରାଣୀକି ।
ଅଜ୍ଞାନ ଅନ୍ଧାର କରିଦେବେ ଦୂର
ଦେଖାଇବେ ଜ୍ଞାନାଲୋକଖଣିକି ।୦।
ବିଦ୍ୟା ପ୍ରଦାନେ ତତପର,
ଅକୁଣ୍ଠ ହୃଦୟ ଯାହାର ।
ସମ୍ପଦ ଦାୟିନୀ ସାଗର ନନ୍ଦିନୀ
ସୌଭାଗ୍ୟଶାଳିନୀ ସପତଣୀକି ।୧।
ବୁଧ, ଲେଖକ, କଳାକାର,
ଅଧୀନ ଅଟନ୍ତି ଯାହାର ।
କବି କାଳିଦାସ ପାଇ ଯା' ଆଶିଷ
ଚଳାଇଥିଲେ ସଦା ଲେଖନୀକି ।୨।
କାଟ, ଥାଟ, ନାଟ,ଘୋଟରେ,
ବାକ୍ୟ କୁହ ବସି କଣ୍ଠରେ ।
ସଳଖ ତରଣି ବିଦ୍ୟାତରଙ୍ଗିଣୀ
ତରିବ ଶରତ ଯୋଡେ ପାଣିକି ।୩।