(ଅ ଠାରୁ ଔ ପର୍ଯ୍ୟନ୍ତ ସ୍ଵରବର୍ଣ୍ଣ ଯୁକ୍ତ)
କବି: ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ
ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା, ଜଟଣୀ
ଅଘବିନାଶନ ଗୋସାଇଁ,
ଆଉ କେତେଦିନ ଥିବି ଅନାଇଁ ।
ଇନ୍ଦ୍ର ଦର୍ପହରା ଇଭ ଡୁଃଖ ସରା
ଈଶାନ ସେବିତ ଚରଣ ଧ୍ୟାୟି ।।୦।।
ଉଡ଼ାଇଛ କୀରତି ବାନା,
ଊଣା କରି ଏଣୀ ବେଦନା ।
ଋ ସୁତ ବିବାଦୀ ୠ କୁଳର ଛେଦୀ
ଲ୍ରୁଧର ହେ ରୂପ ଥାଅ ଜନ୍ମାଇ ।।୧।।
ଏକ ନେତ୍ର ହେଲେ ଭାର୍ଗବ,
ଆଚରି କପଟ ସ୍ଵଭାବ ।
ଐତିହ୍ୟ ରହିଛି ବଳି ଦ୍ୱାରେ ଯେବେ
ଭିକ୍ଷା ଅର୍ଥେ ମଜ୍ଜା ଥିଲ ମଜ୍ଜାଇ ।।୨।।
ଓ କରରେ ନିଗମ ଶାସ୍ତ୍ର,
ଦେଇ ତୋଷ କରିଲ ମାତ୍ର ।
ଓକର କି ରମାକାନ୍ତ କରିଛି ହେ
ଔ ନ ଶୁଣ ଔର ଗରଭେ ଶୋଇ ।୩।
କେତେକ ଶବ୍ଦର ଅର୍ଥ:
ଅଘ- ପାପ, ଇଭ- ହାତୀ, ଈଶାନ- ଶିବ, ଊଣା-କମ୍ କରି, ଏଣୀ-ହରିଣୀ, ଋ- ଦେବ ମାତା ଅଦିତି , ୠ- ରାକ୍ଷସ, ଲ୍ରୁ-ପୃଥିବୀ, ଐତିହ୍ୟ- ଐତିହାସିକ ପ୍ରତିଷ୍ଠା, ଓ- ବ୍ରହ୍ମା, କରରେ- ହାତରେ, ନିଗମ ଶାସ୍ତ୍ର- ବେଦ, ଓକର- ଦୋଷ, ଔ- ଡାକ, ଔର- ସମୁଦ୍ରର ।।