Issue Date
3 Sep, 2020
Genres
ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ଆତ୍ମା-ଉମାପତି ବୁଦ୍ଧି ମୋ ପାର୍ବତୀ
ପ୍ରାଣ ତାଙ୍କ ସହଚର,
ଏ ମୋର ଶରୀର ମନ୍ଦିର ତୁମର
ଏହା ମନରେ ବିଚାର |୧ |
ଇନ୍ଦ୍ରିୟ ମାନଙ୍କ ରସଭୋଗ ମୋର
ତୁମ ପୂଜା ଉପାସନା,
ସୁନିଦ୍ରା ମୋହର ତୁରୀୟ ସମାଧି
ଯୋଗୀ ଯୋଗପଥ ସିନା |୨ |
ଯେତେ ଆଡେ ପାଦ ବୁଲୁଥାଏ ମୋର
ସେ ପ୍ରଦକ୍ଷିଣ ତୁମର,
ଯେତେ ଯେତେ କଥା କହେ ନିତି ପ୍ରତି
ସେ ସ୍ତବ ସ୍ତୋତ୍ର ନିକର |୩ |
ଯେଉଁ ସବୁକର୍ମ କରେ ରାତିଦିନ
ସବୁ ତୁମ ଆରାଧନା,
ମୋହର ବୋଲିତ କିଛିନାହିଁ ପ୍ରଭୁ
(ସବୁ) ତୁମ ପୂଜା ବନ୍ଦାପନା |୪|
ସଂସାରର ବିଷ ଜ୍ଵାଳା କଣ୍ଠେ ଧରି
ସ୍ଥାଣୁ ପରି ତୁମେ ନିଶ୍ଚଳ,
ସକଳ କଟୁତା ବିଷକୁ ବିଶୁଦ୍ଧ
କରି ମନ କର ନିର୍ମଳ |୫|