କୌଟଲ୍ୟ-ଅର୍ଥଶାସ୍ତ୍ରମ୍ ରେ ମହାମାରୀ ପ୍ରତିକାର
ବ୍ୟାଧିଭୟୋମୌପନିଷଦିକୈଃ ପ୍ରତୀକାରୈଃ ପ୍ରତିକୁର୍ଯୁଃ
ଔଷଧୈଶ୍ଚିକିତ୍ସକାଃ, ଶାନ୍ତିପ୍ରାୟଶ୍ଚିତ୍ତୈର୍ବା ସିଦ୍ଧତାପସାଃ ।୯।
ତେନ ମରକୋ ବ୍ୟାଖ୍ୟାତଃ
ତୀର୍ଥାଭିଷେଚନଂ ମହାକଚ୍ଛବର୍ଦ୍ଧନଂ ଗବାଂ ଶ୍ମଶାନାବଦୋହନଂ କବନ୍ଧଦହନଂ
ଦେବରାତ୍ରିଂ ଚ କାରୟେତ୍ ।୧୦।
କୃତ୍ରିମ ଓ ଅକୃତ୍ରିମ ଭେଦରେ ବ୍ୟାଧି ଦୁଇ ପ୍ରକାର । ମଣିଷ କର୍ମଦ୍ବାରା ବିଷଧୂମ ଓ ବିଷଜଳାଦିଜନିତ କୃତ୍ରିମ ବ୍ୟାଧିର ପ୍ରତିକାର ଔପନିଷଦିକ ପ୍ରକରଣୋକ୍ତ ବିଧାନ ଅନୁସାରେ କରିବେ ଏବଂ ଧାତୁଦୋଷଜ ଅକୃତ୍ରିମ ବ୍ୟାଧିର ପ୍ରତିକାର ଚିକିତ୍ସକଗଣ ଔଷଧ ଦ୍ଵାରା ଏବଂ ସିଦ୍ଧ ତାପସଗଣ ଶାନ୍ତିକର୍ମ ଓ ବ୍ରତୋପବାସ ଆଦି ଦ୍ବାରା କରିବେ । ଉକ୍ତ ବ୍ୟାଧିଶମନ ବିଧିଅନୁସାରେ ମରକ (ମହାମାରୀ) ନାମକ ମହାବ୍ୟାଧିର ପ୍ରତିକାର ମଧ୍ୟ କରିବାକୁ ହେବ ବୋଲି ଏଥିଦ୍ଵାରା ବ୍ୟାଖ୍ୟାତ ହେଲା । ବିଶେଷତଃ ମହାମାରୀର ପ୍ରତିକାର ପାଇଁ ରାଜା, ପ୍ରଜା ଗଙ୍ଗାଦି ତୀର୍ଥସ୍ନାନ, ସମୁଦ୍ରପୂଜା ବା ବରୁଣଦେବତାଙ୍କ ପୂଜା, ଶ୍ମଶାନରେ ଗୋଦୋହନ ଓ କବନ୍ଧଦହନ ଓ କୌଣସି ଦେବତାଙ୍କ ଅର୍ଚ୍ଚନା ଉପଲ୍ଲକ୍ଷେ ରାତ୍ରି ଜାଗରଣ ପ୍ରଭୃତି କରାଇବେ ।
ସୌଜନ୍ୟ- କୌଟଲ୍ୟ-ଅର୍ଥଶାସ୍ତ୍ରମ୍
ତୃତୀୟ ଅଧ୍ୟାୟଃ
୭୮ ପ୍ରକରଣମ୍- ଉପନିପାତପ୍ରତୀକାରଃ (୯ ଏବଂ ୧୦ ଶ୍ଳୋକ)