Issue Date
12 Sep, 2020
Genres
ଗାୟକ'ଶ୍ରୀ' ଦାମୋଦର ଦାଶ
ବାରିକପୁର ବଜାର, ଭଦ୍ରକ
ସତ କହିବାକୁ ମନା,
ଏଠି ମିଛର ଉଡୁଛି ବାନା
କୁକୁର ପିନ୍ଧୁଛି ସୁନା,
ଏଠି ଗାଈ ମୁହେଁ ନାହିଁ ଦାନା ||
ପିଲାଙ୍କ ହାତରେ ବେତ,
ଏଠି ମାଷ୍ଟର ଯୋଡୁଛି ହାତ
ଚାଷୀକି ନମିଳେ ଭାତ,
ଏଠି ଛୁଞ୍ଚି ମୁହଁ ତିନି କେନା ||୧||
ଭାଷଣବାଜିର ଦେଶ,
ଏଠି ଫୁଟାଣି ହେଉଛି ଚାଷ
ପୋକଶୁଙ୍ଘା ଦେହେ ବାସ,
ଏଠି ଗନ୍ଧଉଛି ମଲ୍ଲୀ, ହେନା ||୨||
କଥାରେ ଫୁଟୁଛି ଫୁଲ,
ଏଠି କାମର ନଥାଏ ମୂଲ
ପ୍ରଶଂସା ପାଉଛି ଓଲ,
ଏଠି ଆଳୁ ଲାଗେ ଗଲ ଗଲ ||୩||
ବରଫ ଲାଗୁଛି ଗରମ,
ଏଠି କାହାରିକି ନାହିଁ ସରମ
ପଥର ହେଲାଣି ନରମ,
ଏଠି ମରମ ତ' ବିକା କିଣା ||୪||
କହିଲେ କହିବ କହିଲା,
ନକହିଲେ କଥା ସଇଲା
ଜଡ଼ାର ଭାଷଣ ଜମିଲା,
ଏଠି କବି ତ' ହେଲେଣି ଖନା ||୫||
ନିଜର ନଥାଇ ଠିକଣା,
ଏଠି ପଦବୀ ମିଳୁଛି ମାଗଣା
ହରିବୋଲ ପଡେ ଭାଟିରେ,
ଏଠି ମନ୍ଦିରରେ କଳ ଗାଉଣା ||୬||